ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଦ୍ବାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହଡ଼ପ ହେଉଛି । ମିଛ ପ୍ରଂଶସା ସାଉଁଟିବାର କୁପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ଏନେଇ ଅଭିଯୋଗ କରିଛନ୍ତି ଖୋଦ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।
ପ୍ରତାପ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ବାରା ବିଶ୍ବର ସବୁଠୁ ବଡ ମାଗଣା ଟୀକାକରଣ ଅଭିଯାନ ଜାରି ରହିଛି । ରାଜ୍ୟ ସରକାର କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଇ ଯୋଜନାକୁ ଅପହରଣ କରୁଛନ୍ତି । ଏଭଳି ଶସ୍ତା ରାଜନୀତି କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ପ୍ରତାପ ।