ଓଡିଶା

odisha

ETV Bharat / city

ରାଜ୍ୟରେ ଟିକା ଅଭାବକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା - lack of covid vaccines

ଟିକା ଅଭାବକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା। ନିଜର ବାହାପିଆପଣ ଦେଖାଇବା ପାଇଁ ସ୍ୱାସ୍ଥ୍ୟ ସଚିବ ଏଭଳି କହିଛନ୍ତି ଯେ ରାଜ୍ୟରେ ଟିକା ନାହିଁ ହେଲେ ଟିକାର କୌଣସି ଅଭାବ ସୃଷ୍ଟି ହୋଇନାହିଁ। ଅଧିକ ପଢନ୍ତୁ...

ରାଜ୍ୟରେ ଟିକା ଅଭାବକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା
ରାଜ୍ୟରେ ଟିକା ଅଭାବକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା

By

Published : Apr 14, 2021, 11:22 AM IST

Updated : Apr 14, 2021, 1:54 PM IST

ଭୁବନେଶ୍ବର: ରାଜ୍ୟରେ ଟିକା ଅଭାବକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା। ଭାରତ ବର୍ଷରେ ୧୧- ୧୨ କୋଟି ଟିକା ବିତରଣ ଭିତରେ ୪୫ ଲକ୍ଷ ଟିକା ଓଡିଶାକୁ ଆସିଛି। ଏଠିକାର ସ୍ୱାସ୍ଥ୍ୟ ସଚିବ ଏହି ବିବାଦକୁ ଆରମ୍ଭ କରିଛନ୍ତି ଯେ ରାଜ୍ୟରେ ଟିକାର ଅଭାବ ରହିଛି ।

ରାଜ୍ୟରେ ଟିକା ଅଭାବକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା

ରାଜନୈତିକ ସ୍ତରରେ ମୁଖ୍ୟମନ୍ତ୍ରୀ ଏକଥା ଭାବୁ ନାହାଁନ୍ତି । ନିଜର ବାହାପିଆପଣ ଦେଖାଇବା ପାଇଁ ସ୍ୱାସ୍ଥ୍ୟ ସଚିବ ଏଭଳି କହିଛନ୍ତି ଯେ ରାଜ୍ୟରେ ଟିକା ନାହିଁ ବୋଲି କହିଛନ୍ତି। ରାଜ୍ୟର ସ୍ବାସ୍ଥ୍ୟ ସଚିବ ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ମୁଁ ତାଙ୍କୁ ଶୁଭେଚ୍ଛା ଦେଉଛି । ମୋର ଅନୁରୋଧ ସମାଜରେ ଏଭଳି ପରିସ୍ଥିତି ତିଆରି ନକରିବା ଦରକାର। ଟିକାର କେବେ ଅଭାବ ହୋଇନାହିଁ ବୋଲି ଧର୍ମେନ୍ଦ୍ର ପ୍ରତିକ୍ରିୟା ରଖିଛନ୍ତି। ଖୁବଶୀଘ୍ର ଆଉ 2 ରୁ 3ଟି ଟିକାକୁ ସରକାର ଅନୁମତି ଦେବାକୁ ଯାଉଛନ୍ତି । ଏହା ଦ୍ୱାରା ଟିକା ଅଧିକ ମାତ୍ରାରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 14, 2021, 1:54 PM IST

ABOUT THE AUTHOR

...view details