ଓଡିଶା

odisha

ETV Bharat / city

IIT ଗୌହାଟିରେ ଧର୍ମେନ୍ଦ୍ର, ଉତ୍ତର-ପୂର୍ବକୁ ସବୁଜ ଊର୍ଜାର କେନ୍ଦ୍ର କରିବାକୁ ଆହ୍ବାନ - IIT Guwahati 2 New Centres inauguration

IIT ଗୌହାଟିରେ ନାନୋ ଟେକ୍ନୋଲୋଜି ତଥା ଭାରତୀୟ ଜ୍ଞାନ ପଦ୍ଧତି କେନ୍ଦ୍ର(centre for indian knowledge systems,CIKS)ର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍ତର-ପୂର୍ବ ଭାରତକୁ ସବୁଜ ଊର୍ଜା ବିକାଶର କେନ୍ଦ୍ର କରିବାକୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ

IIT ଗୌହାଟିରେ ଧର୍ମେନ୍ଦ୍ର, ଉତ୍ତର-ପୂର୍ବକୁ ସବୁଜ ଊର୍ଜାର କେନ୍ଦ୍ର କରିବାକୁ ଆହ୍ବାନ
IIT ଗୌହାଟିରେ ଧର୍ମେନ୍ଦ୍ର, ଉତ୍ତର-ପୂର୍ବକୁ ସବୁଜ ଊର୍ଜାର କେନ୍ଦ୍ର କରିବାକୁ ଆହ୍ବାନ

By

Published : Nov 21, 2021, 8:52 PM IST

ଭୁବନେଶ୍ବର: ଆଜି (ରବିବାର) IIT ଗୌହାଟିରେ ଅତ୍ୟାଧୁନିକ ନାନୋ ଉଦ୍ୟୋଗିକ କେନ୍ଦ୍ର ତଥା ଭାରତୀୟ ଜ୍ଞାନ ପଦ୍ଧତି କେନ୍ଦ୍ର(centre for indian knowledge systems,CIKS) ସମେତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ବିଭିନ୍ନ ଭିତ୍ତିଭୂମି ସୁବିଧାର ଲୋକାର୍ପଣ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ପ୍ରାଧ୍ୟାପକଙ୍କୁ ଏହି ଆହ୍ବାନ କରିଛନ୍ତି । ଦୁଇ ଦିନିଆ ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ IIT ଗୌହାଟି ରାଷ୍ଟ୍ରୀୟ ଶିକ୍ଷା ନୀତି- ୨୦୨୦(national education policy 2020)ର କ୍ରିୟାନ୍ଵୟନ ନେଇ ଏକ ପୁସ୍ତକର ଉନ୍ମୋଚନ ମଧ୍ୟ କରିଛନ୍ତି।

IIT ଗୌହାଟିରେ ଧର୍ମେନ୍ଦ୍ର, ଉତ୍ତର-ପୂର୍ବକୁ ସବୁଜ ଊର୍ଜାର କେନ୍ଦ୍ର କରିବାକୁ ଆହ୍ବାନ


ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ IIT ଗୌହାଟିରେ ଉଦ୍‌ଘାଟିତ ହୋଇଥିବା ଅତ୍ୟାଧୁନିକ ନାନୋ ଔଦ୍ୟୋଗିକ କେନ୍ଦ୍ରରେ ଅନେକ ଉତ୍କର୍ଷ କେନ୍ଦ୍ର ଯଥା ଇନକ୍ୟୁବେଟର, ନାନୋ-ବାୟୋ ମ୍ୟାଟେରିଆଲ, ସ୍ୱାସ୍ଥ୍ୟ, ଶକ୍ତି ଏବଂ ଉର୍ଜା କ୍ଷେତ୍ରରେ ଗବେଷଣା ଓ ଶିକ୍ଷା ପାଇଁ ଅତ୍ୟାଧୁନିକ ଲାବ୍ରୋଟୋରୀ ରହିଛି । IIT ଗୌହାଟି ଗବେଷଣାରେ ବିଶ୍ବ ସ୍ତରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଆଗକୁ ବଢୁଛି । ବିପର୍ଯ୍ୟୟ ପରିଚାଳନା, ଜୈବ ବିବିଧତା ଆଧାରିତ ଗବେଷଣା, ସବୁକ ଉର୍ଜା ବିକାଶ, ଜ୍ଞାନ ଆଧାରିତ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟମିତାର ପ୍ରୋତ୍ସାହନ ଦେବା ଦିଗରେ ଏହି ଅନୁଷ୍ଠାନ ଏକ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛି ।

IIT ଗୌହାଟିରେ ଧର୍ମେନ୍ଦ୍ର, ଉତ୍ତର-ପୂର୍ବକୁ ସବୁଜ ଊର୍ଜାର କେନ୍ଦ୍ର କରିବାକୁ ଆହ୍ବାନ


ସମାଜର କଲ୍ୟାଣ ପାଇଁ IITଗୌହାଟି ନବସୃଜନକୁ ବ୍ୟବହାର ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ଉତ୍ତର-ପୂର୍ବ ରାଜ୍ୟ ସମୂହ IIT ଗୌହାଟି ସହଯୋଗରେ ସବୁଜ ଉର୍ଜାର ବିକାଶ ହୋଇପାରିବ । ଏହି ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟେକ୍ନୋଲୋଜି ଏବଂ ଜ୍ଞାନକୌଶଳକୁ ଉପଯୋଗ କରି ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ସୁଦୃଢ଼ ଇକୋସିଷ୍ଟମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରୋତ୍ସାହିତ କରିଛନ୍ତି ।

IIT ଗୌହାଟିରେ ଧର୍ମେନ୍ଦ୍ର, ଉତ୍ତର-ପୂର୍ବକୁ ସବୁଜ ଊର୍ଜାର କେନ୍ଦ୍ର କରିବାକୁ ଆହ୍ବାନ

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details