ଓଡିଶା

odisha

ETV Bharat / city

ଜେଲରେ ବିଚାରଧୀନ କଏଦୀ ମୃତ, ହତ୍ୟା ଅଭିଯୋଗ ଆଣିଲା ପରିବାର - ଝାରପଡା ଜେଲ

ଝାରପଡା ଜେଲରେ ଜଣେ ବିଚରାଧୀନ କଏଦୀ ମୃତ୍ୟୁ ଘଟଣାରେ ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ । ମୃତ କଏଦୀ ଢେଙ୍କାନାଳ ବୈଂସିୟ ଗ୍ରାମର ଅଖିଳ ବେହେରା । ଗାଡି ବ୍ୟାଟେରି ଚୋରି ମାମଲାରେ ସହିଦନଗର ଥାନା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

By

Published : Aug 1, 2019, 7:18 PM IST

Updated : Aug 1, 2019, 8:02 PM IST

ଭୁବନେଶ୍ବର: ଝାରପଡା ଜେଲରେ ଜଣେ ବିଚରାଧୀନ କଏଦୀ ଙ୍କ ମୃତ୍ୟୁ ଘଟିଛି । ଉକ୍ତ ଘଟଣାରେ କଏଦୀଙ୍କ ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ । ମୃତ କଏଦୀ ଢେଙ୍କାନାଳ କଡ଼ିଆ ଥାନା ଅଧୀନରେ ବୈଂସିୟ ଗ୍ରାମର ଅଖିଳ ବେହେରା । 3 ଦିନ ପୂର୍ବରୁ ତାଙ୍କ ପରିବାର ବର୍ଗ ତାଙ୍କୁ ଜେଲରେ ଦେଖିବା ପାଇଁ ଯାଇଥିଲେ । ସେ ସମୟରେ ସୁସ୍ଥ ଥିଲେ । ହେଲେ ବୁଧବାର ରାତିରେ ହଠାତ୍ ଅଖିଳଙ୍କ ମୃତ୍ୟୁକୁ ନେଇ ଏହା ଏକ ହତ୍ୟା ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁଯାୟୀ, ଅଖିଳ ଜ୍ୟୋତି ମୋଟର୍ସରେ ସୁଇପର ଭାବେ କାମ କରୁଥିଲା । ଦୀର୍ଘ 8 ମାସ ଧରି ଭୁବନେଶ୍ବରର ସହିଦନଗର ଥାନା ଅଧୀନରେ ଥିବା ହନୁମାନ ବସ୍ତିରେ ଏକ ଭଡା ଘରେ ରହୁଥିଲା । ଗତ 13 ତାରିଖରେ ଗାଡି ବ୍ୟାଟେରି ଚୋରି ମାମଲାରେ ସହିଦନଗର ଥାନା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ବୁଧବାର ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ କ୍ୟାପିଟାଲ ହସପିଟାଲକୁ ଭୁବନେଶ୍ବରର ଏସ୍ଡ଼ିଏମ ଆସି ମୃତ ଅଖିଳଙ୍କୁ ଦେଖିବା ପରେ ଏକ ଭିଡ଼ିଓ କରାଯାଇଥିଲା । ସେପଟେ ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଅଖିଳଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ସରକାରୀ ନିଯୁକ୍ତ ଦେବା ସହ କ୍ଷତିପୂରଣ ଦେବାକୁ ଦଳିତ ସଂଘ ସଭାପତି ଦାବି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Aug 1, 2019, 8:02 PM IST

ABOUT THE AUTHOR

...view details