ଓଡିଶା

odisha

ETV Bharat / city

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ, ଆଶଙ୍କାରେ ଦେବଦମ୍ପତିଙ୍କ ବିବାହ - ଶୀତଳଷଷ୍ଠୀ ଯାତ୍ରା

ଆଜି ଦେବ ଦମ୍ପତିଙ୍କ ବିବାହ । ହେଲେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ଅଭାବନୀୟ ଅବସ୍ଥା ଉପୁଜିଛି । ମନ୍ଦିର ପ୍ରଶାସନର ଅବହେଳାକୁ ବିରୋଧ କରି ସେବାୟତମାନେ ଅସହଯୋଗ କରିବାରୁ ମଙ୍ଗଳକୃତ୍ୟ ବିଧି ସମ୍ପନ୍ନ ହୋଇପାରିନି । ଅଧିକ ପଢ଼ନ୍ତୁ

shitalshasthi yatra at lingaraj temple
ଲିଙ୍ଗରାଜଙ୍କ ନୀତିରେ ମହାବିଭ୍ରାଟ, ଆଶା ଆଶଙ୍କାରେ ଶୀତଳଷଷ୍ଠୀ

By

Published : Jun 4, 2022, 11:26 AM IST

Updated : Jun 4, 2022, 12:48 PM IST

ଭୁବନେଶ୍ବର: ଆଜି ଦେବ ଦମ୍ପତ୍ତିଙ୍କ ବିବାହ । ହେଲେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଛି । ମନ୍ଦିର ପ୍ରଶାସନର ଅବହେଳାକୁ ବିରୋଧ କରି ସେବାୟତମାନେ ଅସହଯୋଗ କରିବାରୁ ମଙ୍ଗଳକୃତ୍ୟ ବିଧି ସମ୍ପନ୍ନ ହୋଇପାରିନି । ଗତକାଲି (ଶୁକ୍ରବାର) ଦିନ ତମାମ ମନ୍ଦିର ନୀତିରେ ବିଭ୍ରାଟ ଦେଖାଯାଇଥିବା ବେଳେ ଆଜି ମଧ୍ୟ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି ।

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ମହାବିଭ୍ରାଟ, ଆଶଙ୍କାରେ ଦେବଦମ୍ପତିଙ୍କ ବିବାହ

ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟ‌ରେ ଲାଗି ରହିଥିବା ଛକାପଞ୍ଝା କାରଣରୁ ଶୀତଳ ଷଷ୍ଠୀ ଭଳି ଠାକୁରଙ୍କ ବିଧି ବନ୍ଦ ହୋଇଯାଇଛି । ଯାହା ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟ‌ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହାର ସମାଧାନର ବାଟ କଢ଼ାଯିବା ନେଇ ଆଶା ପ୍ରକାଶ କରାଯାଇଛି । ଗତକାଲି ପୂର୍ବାହ୍ନରୁ ସେବାୟତମାନଙ୍କ ଦ୍ବାରା ନୀତିକାନ୍ତି ବର୍ଜନ କରାଯାଇଛି । ମନ୍ଦିର ପ୍ରଶାସନକୁ ଚେତାଇବାକୁ ମଙ୍ଗଳ ଆଳତି ବେଳରୁ ସେବାୟତ ନିଯୋଗ ପକ୍ଷରୁ ନୀତିରେ ଅସହଯୋଗ କରାଯାଇଥିଲା । ପ୍ରଥମେ ସକାଳୁ ଦୁଇ ଘଣ୍ଟା ନୀତି ବିଳମ୍ବ ହୋଇଥିଲା । ସେବାୟତଙ୍କ ଦ୍ବାରା ପ୍ରତୀକାତ୍ମକ ଅସହଯୋଗ ଆନ୍ଦୋଳନ କରାଗଲା ଏବଂ ୨ଘଣ୍ଟା ନୀତି ବନ୍ଦ କରାଯିବା ପରେ ପୁଣି ନୀତି ସ୍ବାଭାବିକ ହୋଇଥିଲା । ତଥାପି ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଫଳରେ ସନ୍ଧ୍ୟାରେ ପୁଣି ନୀତି ବନ୍ଦ ହୋଇଥିଲା ।

ବଡ଼ କଥା ହେଉଛି, ମନ୍ଦିରର ଦୁଇ ପ୍ରମୁଖ ନିଯୋଗ (ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ) ପକ୍ଷରୁ ପୂର୍ବରୁ ଏନେଇ ଚେତାବନୀ ଦିଆଯାଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରାରେ ସହଯୋଗ କରିବେ ନାହିଁ ବୋଲି ଲିଖିତ ଜଣାଇଥିଲେ । ହେଲେ ପ୍ରଶାସନ ସେମାନଙ୍କ ଏହି ଚେତାବନୀକୁ ହାଲୁକା ଭାବେ ନେଲା । ଫଳରେ ସେମାନେ ନୀତିରେ ଅସହଯୋଗ କଲେ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି । ପ୍ରଶାସନ ସେବାୟତଙ୍କ କଥା ଶୁଣୁ ନଥିବାରୁ ସେମାନେ ଅସହଯୋଗ ଏଭଳି ବିଭ୍ରାଟ ସୃଷ୍ଟି କରିଛନ୍ତି ବୋଲି କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 4, 2022, 12:48 PM IST

ABOUT THE AUTHOR

...view details