ଓଡିଶା

odisha

ETV Bharat / city

ସାବଧାନ ! ରାଗିଂ ପଡିବ ମହଙ୍ଗା - ନୂଆ ଗାଇଡଲାଇନ

ୟୁଜିସିର ନୂଆ ଗାଇଡ଼ଲାଇନ। ଏଣିକି ରାଗିଂ କୁ କରାଯିବ କଡାକଡି । ଏଥିପାଇଁ ଆଣ୍ଟି ରାଗିଂ କମିଟି ଗଠନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 9, 2019, 11:38 PM IST

ଭୁବନେଶ୍ବର: ଏଣିକି ରାଗିଂ ହେବ କଡାକଡି। ୟୁଜିସି ଲାଗୁ କରିଛି ନୂଆ ଗାଇଡଲାଇନ। ନୂଆ ଗାଇଡଲାଇନ ଅନୁସାରେ ପ୍ରତି ଶିକ୍ଷାନୁଷ୍ଠାନରେ ରାଗିଂ କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଯଦି ରାଗିଂର କିଛି ଅଭିଯୋଗ ଆସେ ସମ୍ପୃକ୍ତ ଅନୁଷ୍ଠାନ, ଛାତ୍ରଛାତ୍ରୀ କିମ୍ବା ଅନୁଷ୍ଠାନ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାକୁ ଶିକ୍ଷକ ମହଲରେ ସ୍ବାଗତ କରାଯାଇଛି। ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ। ତେବେ ମହର୍ଷି କଲେଜକୁ ରାଗିଂ ଫ୍ରି କ୍ୟାମ୍ପସ କରାଯାଇଛି। ଏଥିପାଇଁ ଆଣ୍ଟି ରାଗିଂ କମିଟି ଗଠନ କରାଯାଇଛି । ଏଥିପାଇଁ ସେଲ ମଧ୍ୟ କାମ କରୁଛି। ପ୍ରତି ୪ ଘଣ୍ଟାରେ ଏକ ଟିମ ଚେକିଂ କରୁଛି।

ସିଏମେଏସ କାର୍ଯ୍ୟକାରୀ ହେଲେ କଲେଜ,ଛାତ୍ରଛାତ୍ରୀ ଏବଂ ଅଭିଭାବକ ମଧ୍ୟରେ ସମନ୍ବୟ ରହିବ। ଉପସ୍ଥାନ ବଢିବା ନେଇ ଏହା ବହୁ ଉପଯୋଗୀ ବୋଲି ଭୁବନେଶ୍ବର ମହର୍ଷି କଲେଜ ଅଧ୍ୟକ୍ଷ ବିଜୟ କୁମାର ବାରିକ କହିଛନ୍ତି। ଛାତ୍ରଛାତ୍ରୀ ମାନେ ମଧ୍ୟ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details