ଓଡିଶା

odisha

ETV Bharat / city

ଅନିଶ୍ଚିତତାରେ UG ପରୀକ୍ଷା, ଚିନ୍ତାରେ ଛାତ୍ରଛାତ୍ରୀ - UG exam

ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ବାତିଲ ହେବା ପରେ ଅନ୍ୟାନ୍ୟ ପରୀକ୍ଷାକୁ ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ। ଉଭୟ ପରୀକ୍ଷା ବାତିଲ ପରେ ଏବେ ଅନିଶ୍ଚିତତାରେ UG ପରୀକ୍ଷା। ଅଧିକ ପଢନ୍ତୁ...

ଅନିଶ୍ଚିତତାରେ UG ପରୀକ୍ଷା, ଚିନ୍ତାରେ ଛାତ୍ରଛାତ୍ରୀ
ଅନିଶ୍ଚିତତାରେ UG ପରୀକ୍ଷା, ଚିନ୍ତାରେ ଛାତ୍ରଛାତ୍ରୀ

By

Published : Jun 8, 2021, 7:52 PM IST

ଭୁବନେଶ୍ବର: ଅନିଶ୍ଚିତତାରେ UG ପରୀକ୍ଷା । ଯୁକ୍ତ ତିନି ଶେଷ ସେମିଷ୍ଟର ପରୀକ୍ଷା ହେବ କି ନାହିଁ ? ଯଦି ପରୀକ୍ଷା ହୁଏ, ତେବେ କିଭଳି କରାଯିବ ତାହାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ବନ୍ଦ୍ବରେ । ବିଜେବି କଲେଜର ବିଜ୍ଞାନ ଶେଷ ବର୍ଷର ଛାତ୍ର ଅମ୍ବିକା ପ୍ରସାଦ ଦାସ କହିଛନ୍ତି ଯେ, କୋଭିଡ ପାଇଁ ରାଜ୍ୟ ସରକାର ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିଛନ୍ତି। ହେଲେ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ପାଇଁ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଯାହା ଫଳରେ ଭଲ ରେଜଲ୍ଟ କରୁଥିବା ପିଲାମାନେ ବିଭିନ୍ନ ଉଚ୍ଚସ୍ତରର ପାଠ୍ୟକ୍ରମ ପାଇଁ ପରୀକ୍ଷା ଦେବାକୁ ଅପେକ୍ଷା କରିଛନ୍ତି। ଯାହା ଫଳରେ ଏପଟେ ଯୁକ୍ତ ତିନି ପରୀକ୍ଷା ନହୋଇଥିବାରୁ ଧୀରେ ଧୀରେ ବିଳମ୍ବ ହେବାରେ ଲାଗିଛି।

ଅନିଶ୍ଚିତତାରେ UG ପରୀକ୍ଷା, ଚିନ୍ତାରେ ଛାତ୍ରଛାତ୍ରୀ

ଉଚ୍ଚ ପାଠ୍ୟକ୍ରମ ପାଇଁ ନିହାତି ଭାବରେ ଯୁକ୍ତ ତିନିର ସାର୍ଟିଫିକେଟ ଆବଶ୍ୟକତା ରହୁଛି। ତେଣୁ ରାଜ୍ୟ ସରକାର ଏହା ଉପରେ ଖୁବ୍ ଶୀଘ୍ର ଏହାର ଏକ ବିକଳ୍ପ ବାହାର କରନ୍ତୁ। ଏହା ଦ୍ୱାରା ବହୁତ ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ସୁବିଧା ହେବ ବୋଲି କହିଛନ୍ତି ବିଜେବି ମହାବିଦ୍ୟାଳୟର ଛାତ୍ର । ଅନ୍ୟପଟେ, ବିଜେବି କଲେଜର କଳା ଶେଷ ବର୍ଷର ଛାତ୍ରୀ ଏଲୋରା ଏଲିନା ପ୍ରିୟଦର୍ଶିନୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କୋରୋନା ସଂକ୍ରମଣ ରାଜ୍ୟରେ ରହିଥିବାରୁ ସମସ୍ତ ପରୀକ୍ଷା ବାତିଲ କରିଦିଆଯାଇଛି। ଯେପରିକି ଦଶମ ଓ ଦ୍ୱାଦଶ ପରୀକ୍ଷା ବାତିଲ କରି ଦିଆଯାଇଛି। ଅନ୍ୟପଟେ ଯୁକ୍ତ ତିନି ର ପରୀକ୍ଷାକୁ ନେଇ କୌଣସି ନୋଟିସ ଆସିନାହିଁ। ତେଣୁ ପରୀକ୍ଷା କରାଯିବ କି ନାଁ ନାହିଁ ତେବେ ଏନେଇ ସମସ୍ତେ ଅନିଶ୍ଚିତତାରେ ରହିଛନ୍ତି । ଯଦି ପରୀକ୍ଷା କରାଯିବ ତେବେ କେଉଁ ମୋଡ଼ ରେ କରାଯିବ କେତେ ମାର୍କ ର କରାଯିବ ସେନେଇ ସନ୍ଧେହରେ ରହିଛନ୍ତି ଛାତ୍ରଛାତ୍ରୀ।


ଅନ୍ୟପଟେ ଆସନ୍ତା 12 ତାରିଖରେ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ ଡକାଯାଇଛି। ଲକଡାଉନ ସମୟରେ ପାଠପଢା ସମ୍ପର୍କରେ ଅନୁଧ୍ୟାନ କରାଯିବ। ୟୁଜି ଓ ପିଜି ପରୀକ୍ଷା କେମିତି ହେବ, ସେନେଇ କୁଳପତିମାନଙ୍କ ମତାମତ ନିଆଯିବ । ପରୀକ୍ଷା ନେଇ ସେମାନଙ୍କ ମତ ବି ନିଆଯିବ। ଏହାପରେ ବିଭାଗ ପରୀକ୍ଷା ନେଇ ନିଷ୍ପତ୍ତି ନେବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।



ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details