ଓଡିଶା

odisha

ETV Bharat / city

ବିଜେପିର 'ଜନଆଶୀର୍ବାଦ' ଯାତ୍ରା; ରାଜ୍ୟରେ ୧୧୫ଟି କାର୍ଯ୍ୟକ୍ରମ କରିବେ 2 କେନ୍ଦ୍ରମନ୍ତ୍ରୀ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପିଏମ ମୋଦିଙ୍କ କ୍ୟାବିନେଟ ସମ୍ଫ୍ରସାରଣ ପରେ ପ୍ରଥମ ଥର ଓଡିଶା ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ । ରାଜ୍ୟରେ ସମୁଦାୟ ୪୧୯ କିମି ଗସ୍ତ କରି ଉଭୟ ମନ୍ତ୍ରୀ ୧୧୫ ଟି ସ୍ଥାନରେ କାର୍ଯ୍ୟକ୍ରମ କରିବେ । ଅଧିକ ପଢନ୍ତୁ...

Two union minister visit programme in odisha
ବିଜେପିର 'ଜନ ଆଶୀର୍ବାଦ' ଯାତ୍ରା; ରାଜ୍ୟରେ ୧୧୫ଟି କାର୍ଯ୍ୟକ୍ରମ କରିବେ 2 କେନ୍ଦ୍ରମନ୍ତ୍ରୀ

By

Published : Aug 14, 2021, 3:52 PM IST

ଭୁବନେଶ୍ବର:ସମଗ୍ର ଦେଶରେ ଲୋକଙ୍କ ପାଖକୁ ଯିବେ ନୂତନ ଭାବରେ ଦାୟିତ୍ବ ଗ୍ରହଣ କରିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭାରତର 212 ସଂସଦୀୟ କ୍ଷେତ୍ରକୁ ଯାଇ 142 ଦିନ ବୁଲିବେ ନୂଆ କେନ୍ଦ୍ରମନ୍ତ୍ରୀ । ଏହି ମର୍ମରେ ଓଡ଼ିଶାରେ ମଧ୍ୟ ଆୟୋଜିତ ହେବ 'ଜନଆଶୀର୍ବାଦ ଯାତ୍ରା' । ରାଜ୍ୟରେ 419 କିଲୋମିଟର ଗସ୍ତ କରିବା ସହ 115 ଟି ସ୍ଥାନରେ କାର୍ଯ୍ୟକ୍ରମ କରିବେ 2 କେନ୍ଦ୍ରମନ୍ତ୍ରୀ ।

ଆସନ୍ତା ୧୯ ତାରିଖ ସକାଳ ପ୍ରାୟ 9.05 ମିନିଟରେ ଭୁବନେଶ୍ବର ଆସିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୧୯ ରେ ଉଭୟ କେନ୍ଦ୍ରମନ୍ତ୍ରୀ ପୁରୀ ଯିବେ । ସେଠାରୁ ଫେରି ଉଭୟ ମନ୍ତ୍ରୀ ସନ୍ଧ୍ୟାରେ ଦଳୀୟ କାର୍ଯ୍ୟାଳୟରେ ସମ୍ବାଦିକ ସମ୍ମିଳନୀ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ । ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ରେଳମନ୍ତ୍ରୀ 6 ଟି ଜିଲ୍ଲା ଗସ୍ତ କରିବେ । ଟ୍ରେନରେ ଯାତ୍ରା ଆରମ୍ଭ କରି ପ୍ରଥମେ ରାୟଗଡା ଜିଲ୍ଲା ଯିବେ । ପରେ କୋରାପୁଟ, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ । ସେହିପରି ଶିକ୍ଷାମନ୍ତ୍ରୀ ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ ।

ରାଜ୍ୟରେ ସମୁଦାୟ ୪୧୯ କିମି ଗସ୍ତ କରିବେ ଉଭୟ ମନ୍ତ୍ରୀ ଓ ୧୧୫ ଟି ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୬ଟି ଲୋକସଭା କ୍ଷେତ୍ର ଓ ୭ଟି ଜିଲ୍ଳାରେ ଉଭୟ କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକ୍ରମ କରିବେ । ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ ଟିମ ଗଠନ କରିଛି ରାଜ୍ୟ ବିଜେପି । ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଅସୁସ୍ଥ ଥିବାରୁ ପରେ ଏ ପ୍ରସଙ୍ଗରେ ତାଙ୍କ କାର୍ଯ୍ୟକ୍ରମ ସ୍ଥିର ହେବ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details