ଓଡିଶା

odisha

ETV Bharat / city

ପୂର୍ବତଟ ରେଳପଥ ମଧ୍ୟଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଦୁଇଟି ବିଶେଷ ଟ୍ରେନ - Train news

ପୂର୍ବତଟ ରେଳପଥ ମଧ୍ୟଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଚଳାଚଳ କରିବ ଦୁଇଟି ବିଶେଷ ଟ୍ରେନ । ଏହି ଦୁଇ ଟ୍ରେନ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

ପୂର୍ବତଟ ରେଳପଥ ମଧ୍ୟଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଦୁଇଟି ବିଶେଷ ଟ୍ରେନ
ପୂର୍ବତଟ ରେଳପଥ ମଧ୍ୟଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଦୁଇଟି ବିଶେଷ ଟ୍ରେନ

By

Published : Jun 16, 2021, 8:23 PM IST

ଭୁବନେଶ୍ବର: ପୂର୍ବତଟ ରେଳପଥ ମଧ୍ୟଦେଇ ଉତ୍ତର ପୂର୍ବାଞ୍ଚଳରୁ ଦକ୍ଷିଣ ଭାରତକୁ ଚଳାଚଳ କରିବ ଦୁଇଟି ବିଶେଷ ଟ୍ରେନ । ଏହି ଦୁଇ ଟ୍ରେନ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ସୀଲଚାର-କୋଏମ୍ବାଟୁର-ସୀଲଚାର ବିଶେଷ ଟ୍ରେନ ସୀଲଚାରରୁ 22 ଜୁନ୍ ଠାରୁ ପ୍ରତ୍ୟେକ ମଙ୍ଗଳବାର ରାତି 8ଟା 1୦ମିନିଟରେ ଛାଡିବ । ଏହା କୋଏମ୍ବାଟୁରରୁ 27 ଜୁନ ଠାରୁ ପ୍ରତ୍ୟେକ ରବିବାର ରାତି 9ଟା ୪୫ମିନିଟରେ ଛାଡିବ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଟ୍ରେନ ଏହି ସମୟରେ ଚଳାଚଳ କରିବ ।

ଏହି ଟ୍ରେନ ସୀଲଚାର-କୋଏମ୍ବାଟୁର ମଧ୍ୟରେ ଉଭୟ ପାର୍ଶ୍ବରୁ ଗୌହାଟୀ, ନ୍ୟୁ-ଜଲପାଇଗୁଡି, ରାମପୁର ହାଟ, ଡାଙ୍କୁଣୀ, ଖଡ଼ଗପୁର, ଭୁବନେଶ୍ବର, ବିଶାଖାପାଟନମ, ବିଜୟୱାଡା, ଆରାକୋନମ, ସାଲେମ ସହିତ ଗୁରୁତ୍ବପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ ।

ସେହିପରି ସୀଲଘାଟ-ତାମ୍ବରମ-ସୀଲଘାଟ ବିଶେଷ ଟ୍ରେନ ସୀଲଘାଟ ଷ୍ଟେସନରୁ 25 ଜୁନ ଠାରୁ ପ୍ରତି ଶୁକ୍ରବାର ପୂର୍ବାହ୍ନ ୧୦ ଟା ୫ରେ ଛାଡିବ । ଏହା ତାମ୍ବରମରୁ 28 ଜୁନ୍, 2021 ଠାରୁ ପ୍ରତି ସୋମବାର ସନ୍ଧ୍ୟା ୬ଟା ୫୫ ମିନିଟରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ ସୀଲଘାଟ-ତାମ୍ବରମ ମଧ୍ୟରେ ଉଭୟ ପାର୍ଶ୍ବରୁ ଗୌହାଟୀ, ନ୍ୟୁ ଜଲପାଇଗୁଡି, ରାମପୁର ହାଟ, ଆସାନସୋଲ, ଟାଟା, ହିଜଲି, ଭୁବନେଶ୍ବର, ବିଶାଖାପାଟନମ୍, ବିଜୟୱାଡା, ଚେନ୍ନାଇ ଏଗମୋର୍ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଷ୍ଟେସନମାନଙ୍କରେ ରହଣି କରିବ ।

ଯାତ୍ରୀମାନଙ୍କୁ ଜାତୀୟ ଟ୍ରେନ୍ ଅନୁସନ୍ଧାନ ସିଷ୍ଟମ୍(NTES) https://enquiry.indianrail.gov.in/mntes/ କିମ୍ବା http://www.indianrail.gov.in/enquiry/StaticPages/StaticEnquiry.jsp?StaticPage=index ଅନୁସରଣ କରି ବିଭିନ୍ନ ଷ୍ଟେସନରେ ଟ୍ରେନ୍ ଆଗମନ ଓ ପ୍ରସ୍ଥାନ ସମ୍ବନ୍ଧରେ ସୂଚନା ପାଇଁ ପାରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details