ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । । ଲୋୟର ପିଏମଜିରେ ଧାରଣାରେ ବସିଥିବା ବେଳେ ଦୁଇ ଭଉଣୀଙ୍କୁ ଉଠାଇ ନେଇଛି ପୋଲିସ । ରାସ୍ତା ଉପରେ ପଡିରହିବା ପରେ ପୋଲିସ ସେମାନଙ୍କୁ ଉଠାଇନେଇଛି । ଉଠାଇନେବା ବେଳେ ନବୀନ ପଟ୍ଟନାୟକ ତାଙ୍କୁ ନ୍ୟାୟ ଦେଉ ନାହାନ୍ତି ବୋଲି ସେମାନେ କହିଛନ୍ତି ।
ଦୁଇ ଭଉଣୀ ଦୀର୍ଘ ବର୍ଷ ଧରି ନିର୍ଦ୍ଦିଷ୍ଟ ଦାବି ନେଇ ଲୋୟର ପିଏମଜି ଠାରେ ଧାରଣାରେ ବସିଥିଲେ। ଆଜି ସାଧାରଣତନ୍ତ୍ର ଦିବସ ପରେଡ଼ ପାଇଁ ସେମାନଙ୍କୁ ଧାରଣା ସ୍ଥଳୀରୁ ଉଠାଇ ଦିଆଯାଇଥିଲା। ତେଣୁ ସେମାନେ ବାଧ୍ୟ ହୋଇ ସେମାନେ କଂଗ୍ରେସ ଭବନ ନିକଟରେ ଗୋଟିଏ ଗଛ ମୂଳେ ଆଶ୍ରୟ ନେଇଥିଲେ। ହେଲେ ସେଠାରେ ବି ତାଙ୍କୁ ବସାଇ ଦେଲାନି ପୋଲିସ। ପିସିଆର ଭ୍ୟାନରେ ଜୋର ଜବରଦସ୍ତ ଉଠାଇ ନେଇଛି ପୋଲିସ। ଏପରିକି ସେମାନଙ୍କୁ ନବୀନ ପଟ୍ଟନାୟକ ନ୍ୟାୟ ଦେଉନାହାନ୍ତି ବୋଲି ବାରମ୍ବାର କହୁଥିବା ଦେଖିବାକୁ ମିଳିଛି।