ଓଡିଶା

odisha

ETV Bharat / city

2 ଦିନରେ OUAT ଫାର୍ମରୁ ସଫା ହେଲେ କୁକୁଡ଼ା

OUAT ପରିସରରେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ନେଇ ପ୍ରାଣୀ ସମ୍ପଦ ସଚିବ ଆର ରଘୁ ପ୍ରସାଦଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି।

OUAT
OUAT ଫାର୍ମ

By

Published : Jan 30, 2020, 4:08 PM IST

ଭୁବନେଶ୍ବର: ରାଜଧାନୀ OUAT ଫାର୍ମରେ ସରିଲା 2 ଦିନିଆ କୁକୁଡ଼ା ମରା ଅଭିଯାନ। OUAT ପରିସରରେ ବାର୍ଡ ଫ୍ଲୁ ନିୟନ୍ତ୍ରଣ ନେଇ ପ୍ରାଣୀ ସମ୍ପଦ ସଚିବ ଆର ରଘୁ ପ୍ରସାଦଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ସିଡିଏମଓ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ସମୀକ୍ଷା କରାଯାଇଛି।

OUAT ଫାର୍ମ


ବିଭିନ୍ନ ଅଞ୍ଚଳରେ କୁକୁଡ଼ା ଫାର୍ମର ପରିବେଶ ଯାଞ୍ଚ କରିବା ସହ କୌଣସି ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇ ନଥିବା ସୂଚନା ମିଳିଛି। ତେବେ ହୋଇଥିବା ଏହି ବୈଠକରେ OUATର ତିନି କିମି ପରିସର ମଧ୍ୟରେ ଥିବା ଲୋକଙ୍କର ଚିକିତ୍ସା କରାଯିବ । ଏଥିପାଇଁ ଏକ ଟିମ ମୋବାଇଲ ଭ୍ୟାନ ମାଧ୍ୟମରେ ଚିକିତ୍ସା କରିବେ ।

ଏହାସହ 3-10 କିମି ଭିତରେ ସପ୍ତାହକୁ 2 ଥର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ନନ୍ଦନକାନନ ପକ୍ଷୀ ବିହାର ଓ ଚିଲିକାରୁ ଆସିଥିବା ବିଦେଶୀ ପକ୍ଷୀ ଉପରେ ମଧ୍ୟ ନଜର ରଖାଯାଇଥିବା ପ୍ରାଣୀ ସମ୍ପଦ ସଚିବ ଆର ରଘୁପ୍ରସଦ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

ABOUT THE AUTHOR

...view details