ଓଡିଶା

odisha

ETV Bharat / city

ରାଜଧାନୀ ଲୁଟରେ ବାଂଲାଦେଶ ଲିଙ୍କ, 2ଜଣଙ୍କୁ ରିମାଣ୍ଡରେ ନେଲା କମିଶନରେଟ ପୋଲିସ - remand

ରାଜଧାନୀରେ କାୟା ବିସ୍ତାର କରୁଛନ୍ତି ଅନ୍ତର୍ଜାତୀୟ ଲୁଟେରା ଗ୍ୟାଙ୍ଗ । ଦୁଇ ବାଂଲାଦେଶୀଙ୍କୁ ଆଜି ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 25, 2019, 8:49 PM IST

ଭୁବନେଶ୍ବର: ରାଜଧାନୀରେ ବଢ଼ିବାରେ ଲାଗିଛି ଲୁଟପାଟ । ତେବେ ରାଜଧାନୀରେ ବାଂଲାଦେଶୀ ଲୁଟେରା ଆତଙ୍କ ଖେଳାଇବା ସହ ଘଟଣାସ୍ଥଳରୁ ଫେରାର ହୋଇ ଯାଉଛନ୍ତି । ଏମିତି ଏକ ଘଟଣା ଘଟିଛି ଚନ୍ଦ୍ରଶେଖରପୁରର ଜଣେ ପୂର୍ବତନ ସେନା ଅଧିକାରୀଙ୍କ ଘରେ । ଛୋଟ ଛୁଆ ବେକରେ ଛୁରୀ ଲଗାଇ କଳାକନା ବୁଲାଇଥିଲେ ଲୁଟେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇପାରିନଥିଲା । ହେଲେ ଦିଲ୍ଲୀ ପୋଲିସ ଏବେ ଏକ ବାଂଲାଦେଶୀ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି । ପଚରାଉଚରା ସମୟରେ ସେମାନେ ଭୁବନେଶ୍ବରରୁ ମଧ୍ୟ ଲୁଟ କରିଥିବା ସ୍ବୀକାର କରିଥିଲେ । ଦିଲ୍ଲୀ ପୋଲିସ ନିର୍ଦ୍ଦେଶ କ୍ରମେ ଆଜି ଦୁଇ ବାଂଲାଦେଶୀଙ୍କୁ ଆଣି କୋର୍ଟରେ ହଜାର କରିଛି କମିଶନରେଟ ପୋଲିସ । ତେବେ କୋର୍ଟ ଅନୁମତିରେ ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ ।

ରାଜଧାନୀର ଅନ୍ୟ ଅପରାଧିକ କାର୍ଯ୍ୟକଳାପ ଓ ଲୁଟକୁ ନେଇ ଦୁଇ ଲୁଟେରାଙ୍କୁ ପଚରାଯିବ । ବିଶେଷକରି ଚନ୍ଦ୍ରଶେଖରପୁର କାନନ ବିହାର ଲୁଟ ଘଟଣା ଓ ଇନଫୋ ସିଟି ଥାନା ଅଧୀନରେ ଏକ ଲୁଟ ମାମଲାକୁ ନେଇ ପଚରାଉଚରା କରାଯିବା ବୋଲି ଡିସିପି ଅନୁପ ସାହୁ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ରଞ୍ଜନ ଦାସ, ଇଟିଭି ଭାରତ

ABOUT THE AUTHOR

...view details