ଓଡିଶା

odisha

ETV Bharat / city

ବିଚ୍ଛିନ୍ନାଅଞ୍ଚଳକୁ ଲାଗିଲା କାଳିଆ ଡୋରି - reconnect

ନାଁ ସେ ଦୁଃଖିର ନା ସେ ଧନୀର । ସେ ତ କାଳିଆ ସାଆନ୍ତ ସଭିଙ୍କର । ଭକ୍ତ ବଳରାମ ଦାସ ପରି ବାଲିରେ ରଥ ହେଉ ବା ଦାସିଆ ବାଉରି ହୋଇ ନଡିଆ ଯାଚିବା ହେଉ, ଭକ୍ତଙ୍କ କଥା ଆସିଲେ ଧାଇଁ ଆସନ୍ତି ପ୍ରଭୁ । ସେଭଳି ଲୀଳାମୟ ଠାକୁରଙ୍କ ଡୋରି ଲାଗିଛି ବିଛିନ୍ନାଅଞ୍ଚଳକୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

By

Published : Jul 9, 2019, 7:58 PM IST

Updated : Jul 10, 2019, 3:17 AM IST

ଭୁବନେଶ୍ବର: ନାଁ ସେ ଦୁଃଖିର ନା ସେ ଧନୀର । ସେ ତ କାଳିଆ ସାଆନ୍ତ ସଭିଙ୍କର । ଭକ୍ତ ବଳରାମ ଦାସ ପରି ବାଲିରେ ରଥ ହେଉ ବା ଦାସିଆ ବାଉରି ହୋଇ ନଡିଆ ଯାଚିବା ହେଉ ଭକ୍ତଙ୍କ କଥା ଆସିଲେ ଧାଇଁ ଆସନ୍ତି ପ୍ରଭୁ । ସେଭଳି ଲୀଳାମୟ ଠାକୁରଙ୍କ ଡୋରି ଲାଗିଛି ବିଚ୍ଚିନ୍ନାଞ୍ଚଳକୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୁଦୁର ମାଲକାନଗିରି, କୋରାପୁଟ ଜିଲ୍ଲାର ବିଛିନ୍ନାଞ୍ଚଳ ଷଢେଇକଳା, ଖରସୁଆଁ, ଚାଇଁବସାରେ ପହଞ୍ଚିବ ଜଗନ୍ନାଥ ସଂସ୍କୃତିର ପରମ୍ପରା ଓ କାହାଣୀ । ଯେଉଁଠି ଠାକୁରଙ୍କ ବହିଟିଏ ପାଇଲେ ପୂଜା କରନ୍ତି ଲୋକେ । ସେହି ବିଛିନ୍ନାଞ୍ଚଳକୁ ଲାଗିଛି ଜଗାର ଡୋରି । ସାହା ହୋଇଛନ୍ତି ଓଡିଶା ସରକାରଙ୍କ ସୂଚନା ଲୋକସମ୍ପର୍କ ବିଭାଗ ।

ଏହି ବିଭାଗ ପକ୍ଷରୁ ପ୍ରଥମ ପର୍ଯାୟରେ ଏହି ବିଛିନ୍ନାଞ୍ଚଳକୁ ପଠାଯାଇଛି ଉତ୍କଳ ପ୍ରସଙ୍ଗର ଓଡିଆ ସଂସ୍କରଣ । ଯାହାକି ଛତିଶଗଡ ଓ ଓଡିଶା ସୀମାରେ ରହୁଥିବା ଲୋକମାନଙ୍କୁ ବିତରଣ କରାଯିବ । ଏହି ସଂସ୍କରଣ ଜରିଆରେ ସେମାନେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅବଗତ ହୋଇପାରିବେ । ଏନେଇ ସ୍ବତନ୍ତ୍ର ଗାଡି ଯୋଗେ ଏସବୁ ପୁସ୍ତକ ପଠାଯାଇଛି ବିଛିନ୍ନାଅଞ୍ଚଳକୁ ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 10, 2019, 3:17 AM IST

ABOUT THE AUTHOR

...view details