ଓଡିଶା

odisha

ETV Bharat / city

ରାଜ୍ୟର ବିଭିନ୍ନ ସ୍ଥାନକୁ ପାର୍ସଲ ଟ୍ରେନ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ

ପାର୍ସଲ ଟ୍ରେନ ଯୋଗେ ଦେଶର ବିଭିନ୍ନ ରାଜ୍ୟରୁ ଅତ୍ୟାବଶ୍ୟକ ସାମଗ୍ରୀ ଆସି ଓଡିଶାରେ ପହଞ୍ଚିଛି । ​ପୂର୍ବତଟ ରେଳବାଇର ଯୋଦ୍ଧାମାନେ କୋରୋନା ବିରୁଦ୍ଧରେ ଲଢିବା ପାଇଁ 24ଘଣ୍ଟା କଠିନ ପରିଶ୍ରମ କରି ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛନ୍ତି । ଅଧିକ ପଢନ୍ତୁ...

transport of Essential commodities to differents parts of odisha via percel train
ରାଜ୍ୟର ବିଭିନ୍ନ ସ୍ଥାନକୁ ପାର୍ସଲ ଟ୍ରେନ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ

By

Published : Apr 11, 2020, 8:46 PM IST

Updated : Apr 11, 2020, 10:04 PM IST

ଭୁବନେଶ୍ବର: ପାର୍ସଲ ଟ୍ରେନ ଯୋଗେ ଦେଶର ବିଭିନ୍ନ ରାଜ୍ୟରୁ ଅତ୍ୟାବଶ୍ୟକ ସାମଗ୍ରୀ ଆସି ଓଡିଶାରେ ପହଞ୍ଚିଛି । ସ୍ପେଶାଲ ପାର୍ସଲ ଏକ୍ସପ୍ରେସ ଦ୍ବାରା ବିଶାଖାପାଟନମ ଷ୍ଟେସନରୁ ଔଷଧ ଆସିଛି । ଏହାକୁ ରାଜ୍ୟର ବ୍ରହ୍ମପୁର, ବଲାଙ୍ଗୀର, ବରଗଡ, ସମ୍ବଲପୁର ଏବଂ ରାୟଗଡା ପରି ବିଭିନ୍ନ ଷ୍ଟେସନରେ ଯୋଗାଇ ଦିଆଯାଇଛି । ଅନ୍ୟପକ୍ଷରେ କେସିଙ୍ଗାଠାରେ ଡାକ୍ତରୀ ଉପକରଣ ମଧ୍ୟ ଗ୍ରହଣ କରାଯାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନକୁ ପାର୍ସଲ ଟ୍ରେନ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ

ସେହିପରି ସକାଳେ ବ୍ରହ୍ମପୁରରେ ଦୁଗ୍ଧ ପାଉଡର ସହ ଭିଜିଆନାଗ୍ରାମରୁ ଆସିଥିବା ଖାଦ୍ୟ ସାମଗ୍ରୀ ଓ ପଇଡକୁ ଟିଟିଲାଗଡ, ବଲାଙ୍ଗୀରରେ ଓ ରାୟଗଡା ଗ୍ରହଣ କରାଯାଇଛି | ମଧ୍ୟପ୍ରଦେଶର ଗ୍ରହା ରେଳ ଷ୍ଟେସନରୁ ଫୁଡ୍ କର୍ପୋରେସନ ଅଫ ଇଣ୍ଡିଆ(ଏଫସିଆଇ) ଦ୍ବାରା 58ଟି ୱାଗନରେ ପଠାଯାଇଥିବା 65ହଜାର 8ଶହ 98ବ୍ୟାଗ ବିଶିଷ୍ଟ 3ହଜାର 3ଶହ 64ଟନ ଗହମକୁ କଟକ ରେଳଷ୍ଟେସନରେ ଗ୍ରହଣ କରାଯାଇଛି । ଅପରପକ୍ଷେ ଦକ୍ଷିଣ ଭାରତରୁ ଏଫସିଆଇ ଦ୍ବାରା ଶ୍ରୀକାକୁଲମ୍, ପେଣ୍ଡୁରଥୀ, ବରଗଡ ରୋଡ ଏବଂ ବଲାଙ୍ଗୀରକୁ ଚାଉଳ ଯୋଗାଣ କରାଯାଇଛି ।

ରାଜ୍ୟର ବିଭିନ୍ନ ସ୍ଥାନକୁ ପାର୍ସଲ ଟ୍ରେନ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ

ମହାମାରୀ କୋରୋନା କାରଣରୁ ଦେଶ ସମ୍ପୂର୍ଣ୍ଣ ଲକଡାଉନରେ ରହିଥିବା ବେଳେ ଭାରତୀୟ ରେଳବାଇ ନିରବଚ୍ଛିନ୍ନ ଭାବେ ଅତ୍ୟାବଶ୍ୟକ ମାଲ ପରିବହନ ଜାରି ରଖିଛି । ଭାରତୀୟ ରେଳ ଖାଦ୍ୟ ଶସ୍ୟ, ପେଟ୍ରୋଲିୟମ ଉତ୍ପାଦ, କୋଇଲା, ଫଳ ଓ ପନିପରିବା, କ୍ଷୀର, ଖାଇବା ତେଲ, ଚିନି ଏବଂ ଲୁଣ ଇତ୍ୟାଦି ପରିବହନ କରି ଓଡିଶା ତଥା ଦେଶର ବିଭିନ୍ନ ରାଜ୍ୟକୁ ଯୋଗାଉଛି । ‘ଆପଣମାନେ ଘରେ ନିରାପଦରେ ରୁହନ୍ତୁ, ଆମେ ଆପଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବୁ, ଏହି ସଂକଳ୍ପ ସହିତ ​​ପୂର୍ବତଟ ରେଳବାଇର ଯୋଦ୍ଧାମାନେ କୋରୋନା ବିରୁଦ୍ଧରେ ଲଢିବା ପାଇଁ 24ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି |

ରାଜ୍ୟର ବିଭିନ୍ନ ସ୍ଥାନକୁ ପାର୍ସଲ ଟ୍ରେନ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 11, 2020, 10:04 PM IST

ABOUT THE AUTHOR

...view details