ଓଡିଶା

odisha

ETV Bharat / city

ଓଡିଶା ଆସିବେ ସୁପ୍ରିମକୋର୍ଟ ସଡକ ସୁରକ୍ଷା କମିଟି: ପରିବହନ ମନ୍ତ୍ରୀ - ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି

ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ତିନି ମାସ ଭିତରେ ଓଡ଼ିଶା ଆସିବେ। ରଙ୍ଗ ସାଇଡ ଡ୍ରାଇଭିଂ ପାଇଁ କଡାକଡି ହେଉଛି ଯାଞ୍ଚ । ଡବଲ ହେଲମେଟ ପାଇଁ ଚେକିଂ ଆରମ୍ଭ ହେଲାଣି କହିଲେ ବିଭାଗୀୟ ମନ୍ତ୍ରୀ । ଅଧିକ ପଢନ୍ତୁ...

transport minister reaction on road safety
ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ତିନି ମାସ ଭିତରେ ଓଡ଼ିଶା ଆସିବେ

By

Published : Dec 15, 2020, 2:07 PM IST

ଭୁବନେଶ୍ବର :ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ତିନି ମାସ ଭିତରେ ଓଡ଼ିଶା ଆସିବେ। ସେମାନେ ଆସିବା ପୂର୍ବରୁ ଯାହା ସବୁ ସଡ଼କ ସୁରକ୍ଷା ପାଇଁ ସେମାନେ ନିର୍ଦ୍ଦେଶ କରିଛନ୍ତି । ଯାହାକୁ ପୋଲିସ ଓ ପରିବହନ ବିଭାଗ ମିଳିତ ଭାବେ ଠିକ କରିବାକୁ ପ୍ରସ୍ତୁତି କରୁଛନ୍ତି। ପରିବହନ ବିଭାଗ ଓ ପୋଲିସର ଦଣ୍ଡବିଧାନ ପ୍ରାୟତଃ ସମାନ। ଯାହା ସବୁ ନୂଆ ପରିବହନ ଆଇନରେ ଗତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର କରିଥିଲେ । ତାହାକୁ ଠିକ ଓ କଡାକଡି ଭାବେ ପାଳନ କରିବାକୁ ସୁପ୍ରିମକୋର୍ଟ ଦୁର୍ଘଟଣା ପ୍ରବଣ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ତିନି ମାସ ଭିତରେ ଓଡ଼ିଶା ଆସିବେ

ଏଥିରେ ରଙ୍ଗ ସାଇଡ ଡ୍ରାଇଭିଂ ବି ସାମିଲ କରିବାକୁ କୁହାଯିବାରୁ ତାକୁ ବି କଡାକଡି ଯାଞ୍ଚ କରାଯାଉଛି। ଅଧିକ ଦୁର୍ଘଟଣା ଘଟୁଥିବା ଅଞ୍ଚଳକୁ ସୁପ୍ରିମକୋର୍ଟ କମିଟି ନିଜେ ପରିଦର୍ଶନ କରିବେ। ନୂଆ ବ୍ଲାକ ସ୍ପଟ ବି ଚିହ୍ନଟ ହେବ। ଆଇଟି ଟୁଲ କରାଯିବ। ଅର୍ଥାତ ସୂଚନା ଠିକ ଭାବେ ପ୍ରଦାନ କରାଯିବ। ଡବଲ ହେଲମେଟ ପାଇଁ ଚେକିଂ ଆରମ୍ଭ ହେଲାଣି। ଲୋକେ ଲିଫ୍ଟ ଦେବାକୁ ଡରୁଛନ୍ତି। ପାଖରେ ହେଲମେଟ ନଥିଲେ ଲିଫ୍ଟ ମାଗୁଥିବା ବ୍ୟକ୍ତିଙ୍କୁ ଲିଫ୍ଟ ଦିଅନ୍ତୁ ନାହିଁ। ନ ହେଲେ ଗାଡି ଚାଳକର ଲାଇସେନ୍ସ ବାତିଲ ହେବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details