ଭୁବନେଶ୍ବର: ନୂଆ ସ୍କ୍ରାପ ପଲିସି ନେଇ ଆଜି ଗେଜେଟ ନୋଟିଫିକେସନ ପ୍ରକାଶ ପାଇଛି । ସେପଟେ ରାଜ୍ୟରେ ନୂଆ ସ୍କ୍ରାପ ପିଲିସ ଲାଗୁ ହେବା ନେଇ ଦ୍ବନ୍ଦ ଜାରି ରିହିଛି । ପଲିସି ଲାଗୁହେବା ନେଇ ରାଜ୍ୟ ସରକାର ବିଚାର ବିମର୍ଷ କରୁଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
Scarp Policy;‘ରାଜ୍ୟରେ ଲାଗୁ ନେଇ ହୋଇନି ନୀତିଗତ ନିଷ୍ପତ୍ତି’ ଆସନ୍ତା ବର୍ଷ ଏପ୍ରିଲରୁ ସ୍କ୍ରାପ ପଲିସି ଲାଗୁ ହେବା ନେଇ ପଲିସି କରିଛନ୍ତି । ତେବେ ରାଜ୍ୟରେ କାର୍ଯ୍ୟକାରୀ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଯଦି ଗାଡି ଖରାପ ଥିବ ସେ ସଂକ୍ରାନ୍ତରେ ବିଚାର କରାଯିବ । ଯଦି ଗାଡି ଠିକ ଥିବ ତେବେ ହଟେଇବା କଷ୍ଟ । ଫିଟନେସ ଥିବା ଗାଡି ଚାଲିବ । ପଞ୍ଜିକରଣ ଦ୍ବାରା ଗାଡି ଚାଲିପାରିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।
ସେ ଆହୁରି କହିଛନ୍ତି ନୂଆ ସ୍କ୍ରାପ ପଲିସି ଦ୍ବାରା ଲୋକ କ୍ଷତିରେ ପଡିବେ । ପଲିସି ଦ୍ବାରା ଲୋକ କଣ ଅସୁବିଧାର ସମ୍ମୁଖୀନ ହେବେ ସେ ନେଇ କେନ୍ଦ୍ରକୁ ରାଜ୍ୟ ପକ୍ଷରୁ ଅବଗତ କରାଯାଇଛି । ପଲିସି ଲାଗୁ ନେଇ ରାଜ୍ୟ କିଛି ନୀତିଗତ ନିଷ୍ପତି ନିଆଯାଇନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହା ପୂର୍ବରୁ ଥରେ ମଧ୍ୟ ଏହି ପଲିସି ଉପରେ ପ୍ରତିକ୍ରିୟା ରଖିଥିଲେ ପରିବହନ ମନ୍ତ୍ରୀ ।
ପ୍ରକାଶ ଥାଉ କି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ୨୦୨୧-୨୨ରେ ପୁରୁଣା ଯାନବାହନକୁ ରାସ୍ତାରୁ ହଟାଇବା ପାଇଁ ‘ସ୍କ୍ରାପ ପଲିସି’ର ଘୋଷଣା କରିଥିଲେ । ପ୍ରଦୂଷଣ ବିହୀନ ବାୟୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ପଲିସି ଅନୁସାରେ ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡି ଓ ୧୫ ବର୍ଷ ପୁରୁଣା କମର୍ସିଆଲ ଗାଡିକୁ ଅଟୋମୋଟିକ୍ ଫିଟନେସ୍ ସେଣ୍ଟରରେ ଯାଞ୍ଚ କରିବାକୁ ହେବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ