ଭୁବନେଶ୍ବର: ନୂଆ ମୋଟରଯାନ ଆଇନକୁ ନେଇ ପରିବହନ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । 3ମାସ ଆଇନକୁ କୋହଳ କରାଯାଇଥିଲେ ମଧ୍ୟ ବିଭାଗୀୟ ସଚିବ ଓ କମିଶନର ଆଜି ସମସ୍ତ ଆରଟିଓ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସ ଯୋଗେ ଆଲୋଚନା କରିଛନ୍ତି । ନିଷ୍ପତି ଅନୁଯାୟୀ ସାଧାରଣ ଲୋକେ ଯେମିତି କୌଣସି ସମସ୍ୟାର ସମ୍ମୁଖିନ ନହେବ ସେଥିପାଇଁ କାମ କରିବାକୁ କୁହାଯାଇଛି ।
ଏହି ତିନି ମାସ ମଧ୍ୟରେ ସମସ୍ତ ଆରଟିଓ କାର୍ଯ୍ୟାଳୟରେ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରି କାମ କରିବାକୁ ନିଷ୍ପତି ହୋଇଛି । ଏହାସହ ମଦୁଆ ଗାଡି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ବିନା ହେଲମେଟ କି ସିଟ ବେଲ୍ଟ ବାନ୍ଧିନଥିଲେ ମଧ୍ୟ ଫାଇନ ଆଦାୟ ପାଇଁ କୁହାଯାଇଛି ।