ଓଡିଶା

odisha

ETV Bharat / city

ଦିବ୍ୟାଙ୍ଗ ପିଲାଙ୍କ ସହ କିନ୍ନରଙ୍କ ନିଆରା ହୋଲି ଉତ୍ସବ - ହୋଲି ଉତ୍ସବ

ବେଶ ଧୂମଧାମରେ ହୋଲି ପାଳିଛନ୍ତି ରାଜଧାନୀବାସୀ । ପିଲାଠୁ ବୁଢା ସମସ୍ତେ ପରସ୍ପରଙ୍କୁ ହୋଲି ଲଗାଇ ଶୁଭେଚ୍ଛା ଜଣାଉଥିବା ବେଳେ କିନ୍ନର ସମାଜ ମଧ୍ୟ ହୋଲି ଖେଳିଛନ୍ତି । ଏହି ରଙ୍ଗ ଖେଳରେ ଦିବ୍ୟାଙ୍ଗ ମଧ୍ୟ ସାମିଲ ହୋଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Mar 22, 2019, 4:20 PM IST

ଭୁବନେଶ୍ବର: ରାଜଧାନୀରେ ରଙ୍ଗର ଉତ୍ସବ । ହୋଲି ଖେଳରେ ମସଗୁଲ ସଭିଁଏ । ରଙ୍ଗର ପର୍ବକୁ ଖୁବ ଆନନ୍ଦ ଉଲ୍ଲାସ ସହ ବେଶ ଧୂମଧାମରେ ପାଳନ କରିଛନ୍ତି କିଛି ଶିକ୍ଷାନୁଷ୍ଠାନ । ପିଲାଠୁ ବୁଢା ସମସ୍ତେ ପରସ୍ପରଙ୍କୁ ହୋଲି ଲଗାଇ ଶୁଭେଚ୍ଛା ଜଣାଉଥିବା ବେଳେ କିନ୍ନର ସମାଜ ମଧ୍ୟ ହୋଲି ଖେଳିଛନ୍ତି ।


ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କ ପିଲାଙ୍କ ସହ କିଛି କିନ୍ନର ସଙ୍ଗଠନ ମିଶି ହୋଲି ଖେଳିଛନ୍ତି । ଏହା ସହିତ କୁନିକୁନି ପିଲାଙ୍କୁ ମିଠା ବାଣ୍ଟିଥିଲେ। ମଧୁର୍ମୟ ସେବା ଶିକ୍ଷା ନିକେତନରେ ସମସ୍ତେ ଉପସ୍ଥିତ ରହିବା ସହିତ ରଙ୍ଗ ଖେଳକୁ ଦହି ହାଣ୍ଡି ଭାଙ୍ଗି ଉତ୍ସବକୁ ଆନନ୍ଦର ସହ ପାଳନ କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀର ସମସ୍ତ ଶିକ୍ଷାନୁଷ୍ଠାନରେ ହୋଲି ଖେଳାଯାଉଥିବା ବେଳେ ଭିନ୍ନକ୍ଷମ ବିଦ୍ୟାଳୟରେ ହୋଲି ଖେଳିଛନ୍ତି ଅଭିନେତ୍ରୀ ଲିପ୍ସା। ପାଖାପାଖି 200 ଭିନ୍ନକ୍ଷମ ପିଲାଙ୍କ ସହ ସମୟ ବିତାଇବା ପରେ ପ୍ରଥମ ଥର ତାଙ୍କ ସହ ହୋଲି ଖେଳି ବେଶ ଖୁସି ଥିବାର କହିଛନ୍ତି।


ଏହି ସହିତ ସ୍ମାର୍ଟ ସିଟି ୟୁଥ ସଙ୍ଗଠନର କିଛି ସଦସ୍ୟ ଦୃଷ୍ଟିହୀନ ପିଲାଙ୍କ ସହ ଖେଳିଥିଲେ। ଏହା ବ୍ୟତୀତ ପିଲାଙ୍କ ସହିତ ଆଗକୁ ଆହୁରୀ ସମୟ ବିତାଇବେ ବୋଲି କହିଛି ସଙ୍ଗଠନ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details