ଭୁବନେଶ୍ବର: ସରକାରୀ ପେନସନ ଯୋଜନାରେ ସାମିଲ ହେଲେ କିନ୍ନର । ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ କିନ୍ନର ମାନଙ୍କୁ ଏଣିକି ଭତ୍ତା ପ୍ରଦାନ କରାଯିବ । ଏହାକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
କିନ୍ନରମାନେ ଏବେଠାରୁ ମଧୁବାବୁ ପେନସନ ଓ୍ଵେବସାଇଟ୍ ବା ଫର୍ମରେ ଆବେଦନ କରିପାରିବେ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ଏହାସହ ମଧୁବାବୁ ପେନସନ ପାଉଥିବା ହିତାଧିକାରୀଙ୍କୁ ଆଉ ଅଧିକ 1ହଜାର ଟଙ୍କା ଆସନ୍ତା 4 ମାସ ପାଇଁ ସହାୟତା ବାବଦରେ ମିଳିବ ।