ଓଡିଶା

odisha

ଶିକ୍ଷା ଅଧିକାର ଆଇନରେ ଅବହେଳିତ ପିଲାଙ୍କ ପାଇଁ ସିଟକୁ ନେଇ ପ୍ରଶିକ୍ଷଣ ଶିବିର

ରାଇଟ ଟୁ ଏଜୁକେସନ (RTE) ଅନୁସାରେ ଘରୋଇ ସ୍କୁଲରେ ଅବହେଳିତ ପିଲାଙ୍କ ପାଇଁ ସିଟକୁ ନେଇ ପ୍ରଶିକ୍ଷଣ ଶିବିର ।ଅଧିକ ପଢନ୍ତୁ.....

By

Published : Mar 2, 2021, 6:48 AM IST

Published : Mar 2, 2021, 6:48 AM IST

ଶିକ୍ଷା ଅଧିକାର ଆଇନରେ ଅବହେଳିତ ପିଲାଙ୍କ ପାଇଁ ସିଟକୁ ନେଇ ପ୍ରଶିକ୍ଷଣ ଶିବିର
ଶିକ୍ଷା ଅଧିକାର ଆଇନରେ ଅବହେଳିତ ପିଲାଙ୍କ ପାଇଁ ସିଟକୁ ନେଇ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ରାଇଟ ଟୁ ଏଜୁକେସନ (RTE) ଅନୁସାରେ ଘରୋଇ ସ୍କୁଲରେ ଅବହେଳିତ ପିଲାଙ୍କ ପାଇଁ ସିଟକୁ ନେଇ ପ୍ରଶିକ୍ଷଣ ଶିବିର। ଆର ଟି ଏ ଅନୁସାରେ ପ୍ରାଇଭେଟ ସ୍କୁଲରେ 25 ପ୍ରତିଶତ ସିଟ ଅବହେଳିତ ପିଲାଙ୍କ ପାଇଁ ସଂରକ୍ଷଣ ଶତପ୍ରତିଶତ ଉଦ୍ଧେଶ୍ୟରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।

ଓଡିଶା ଅଭିଭାବକ ମହାସଂଘ ଦୀର୍ଘ ଦିନର ଦାବି ଆନ୍ଦୋଳନ ଓ ଧର୍ମଘଟ ପରେ ରାଜ୍ୟ ସରକାର ଶେଷରେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସମସ୍ତ ବେସରକାରୀ ସ୍କୁଲରେ 25 ପ୍ରତିଶତ ସିଟରେ ଅର୍ଥନୈତିକ ଦୁର୍ବଳ ଓ ଅବହେଳିତ ଶ୍ରେଣୀର ପିଲାମାନେ ମାଗଣାରେ ପଢିବା ସହିତ ଇ-ପୋର୍ଟାଲର ଉଦଘାଟନ କରାଯାଇଛି।

ଶିକ୍ଷା ଅଧିକାର ଆଇନରେ ଅବହେଳିତ ପିଲାଙ୍କ ପାଇଁ ସିଟକୁ ନେଇ ପ୍ରଶିକ୍ଷଣ ଶିବିର

ଏହି ଅବସ୍ଥାର ଶତପ୍ରତିଶତ କାର୍ଯ୍ୟକାରିତା ସହିତ ସଚେତନତା ଓ ବ୍ୟବସ୍ଥାର ପ୍ରଚାର ପାଇଁ ସ୍ବଚ୍ଛେସେବୀମାନଙ୍କୁ ନେଇ ଆଜି ଭୁବନେଶ୍ବରସ୍ଥିତ ବୁଦ୍ଧ ମନ୍ଦିରରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ବରିଷ୍ଠ ଶିକ୍ଷା କର୍ମୀଙ୍କ ସମେତ ଓଡିଶା ଅଭିଭାବକ ମହାସଂଘର କର୍ମକର୍ତ୍ତା ଯୋଗଦେଇ ପ୍ରଶିକ୍ଷଣ ଦେଇଛନ୍ତି। ଆଗାମୀ ଦିନରେ ଭୁବନେଶ୍ବରରେ ଏନେଇ ଏକ ପ୍ରଚାର ରଥ ଚାଲିବ। ଏହା ସହ ଜିଲ୍ଲା ସ୍ତରରେ ଗାଁ ବସ୍ତି ଅଞ୍ଚଳରେ ଏହାକୁ ନେଇ ସଚେତନତା ମଧ୍ୟ କରାଯିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

ABOUT THE AUTHOR

...view details