ଓଡିଶା

odisha

ETV Bharat / city

ପଶ୍ଚିମବଙ୍ଗରେ ଲକଡାଉନ ଘୋଷଣା ପରେ ବାତିଲ ହେଲା ଟ୍ରେନ

କୋରୋନା ବୃଦ୍ଧିକୁ ନେଇ ପଶ୍ଚିମବଙ୍ଗ ସରକାର ଲକଡାଉନ ପାଇଁ ଜୁଲାଇ 25 ରୁ 29 ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଯାହାକୁ ନେଇ କେତେ ଗୁଡିଏ ଟ୍ରେନ ବାତିଲ କରାଯାଇଛି । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ଲକଡାଉନ ଘୋଷଣା ପରେ ବାତିଲ ହେଲା ଟ୍ରେନ
ପଶ୍ଚିମବଙ୍ଗରେ ଲକଡାଉନ ଘୋଷଣା ପରେ ବାତିଲ ହେଲା ଟ୍ରେନ

By

Published : Jul 25, 2020, 6:30 PM IST

ଭୁବନେଶ୍ବର: ଜୁଲାଇ ୨୫ ଆଜି (ଶନିବାର) ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ସରକାର ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । ଏଥିପାଇଁ କେତେକ ଟ୍ରେନକୁ ବାତିଲ କରାଯାଇଥିବାବେଳେ କେତେକର ଆଂଶିକ ବାତିଲ ଓ ରହଣି ଅପସାରଣ କରାଯାଇଛି ।

ବାତିଲ ହେଉଥିବା ଟ୍ରେନ:-

୦୨୨୦୧/୦୨୨୦୨ ସିଆଲଦା-ଭୁବନେଶ୍ୱର-ସିଆଲଦା (କଲିକତା) ଦୁରନ୍ତ ସ୍ୱତନ୍ତ୍ର ଟ୍ରେନ ସିଆଲଦା ଠାରୁ ଜୁଲାଇ ମାସ ୨୭ ତାରିଖ ସୋମବାର ଏବଂ ଭୁବନେଶ୍ୱରରୁ ଜୁଲାଇ ମାସ ୨୮ ତାରିଖ ମଙ୍ଗଳବାର ବାତିଲ ରହିବ । ସେହିପରି ୦୨୦୭୪/୦୨୦୭୩ ଭୁବନେଶ୍ୱର-ହାୱଡା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଜୁଲାଇ ମାସ ୨୫ ଓ ୨୯ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ । ୦୨୨୪୬/୦୨୨୪୫ ଯଶୋବନ୍ତପୁର-ହାୱଡା-ଯଶୋବନ୍ତପୁର ଦୁରନ୍ତ ସ୍ୱତନ୍ତ୍ର ଟ୍ରେନ ଯଶୋବନ୍ତପୁର ଠାରୁ ୨୮ ତାରିଖ ଏବଂ ହାୱଡା ଠାରୁ ୨୯ ତାରିଖ ଦିନ ଯାତ୍ରା ବାତିଲ କରିବ ।

ଆଂଶିକ ବାତିଲ ହୋଇଥିବା ଟ୍ରେନ:-

୦୨୭୦୩/୦୨୭୦୪ ହାୱଡା-ସିକନ୍ଦରାବାଦ-ହାୱଡା ଫଲକନାମା ଏକ୍ସପ୍ରେସ ୨୯ ଜୁଲାଇ ଦିନ ଉଭୟ ଦିଗରୁ ଭୁବନେଶ୍ୱର ଓ ହାୱଡା ମଧ୍ୟରେ ବାତିଲ ରହିବ। ଜୁଲାଇ ୨୮ ତାରିଖ ଦିନ ସିକନ୍ଦରାବାଦରୁ ଛାଡିବାକୁ ଥିବା ୦୨୭୦୪ ସିକନ୍ଦରାବାଦ-ହାୱଡା ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ପର୍ଯ୍ୟନ୍ତ ଚଳାଚଳ କରିବ। ଭୁବନେଶ୍ୱର ଓ ହାୱଡା ମଧ୍ୟରେ ୨୯ ତାରିଖରେ ବାତିଲ ରହିବ । ଜୁଲାଇ ମାସ ୨୯ ତାରିଖ ଦିନ ହାୱଡାରୁ ଛାଡିବାକୁ ଥିବା ୦୨୭୦୩ ହାୱଡା-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ ହାୱଡା ଓ ଭୁବନେଶ୍ୱର ମଧ୍ୟରେ ବାତିଲ ହେବ ଏବଂ ଏହା ହାୱଡା ପରିବର୍ତ୍ତେ ଭୁବନେଶ୍ୱର ଠାରୁ ଛାଡି ସିକନ୍ଦରାବାଦକୁ ଯାତ୍ରା କରିବ । ପଶ୍ଚିମବଙ୍ଗ ମଧ୍ୟରେ ଦୁଇଟି ଟ୍ରେନ ପାଇଁ ୨୯ ତାରିଖ ଦିନ ରହଣି ଅପସାରଣ ଉପରେ ୦୨୮୦୧/୦୨୮୦୨ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଉଭୟ ପାର୍ଶ୍ୱରୁ ୨୯ ଜୁଲାଇ ଦିନ ପୁରୁଲିଆ ଠାରେ ରହଣି କରିବ ନାହିଁ । ସେହିପରି, ୦୨୮୨୩/୦୨୮୨୪ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନ ଉଭୟ ପାର୍ଶ୍ୱରୁ ୨୯ ଜୁଲାଇ ଦିନ ହିଜଲୀ ଠାରେ ରହଣି କରିବ ନାହିଁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details