ଓଡିଶା

odisha

ETV Bharat / city

ସଡକ ସୁରକ୍ଷାର ପାଠ ପଢାଇଲେ ଟ୍ରାଫିକ ଡିସିପି, ଛାତ୍ରଛାତ୍ରୀଙ୍କୁ ଦେଲେ 5 ଟିପ୍ସ

ଛାତ୍ରଛାତ୍ରୀ ପଢିଲେ ସଡକ ସୁରକ୍ଷାର ପାଠ । ସଡକ ସୁରକ୍ଷା ନେଇ 5ଟି ଟିପ୍ସ ଦେଇଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ । ରାଜଧାନୀର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିଲା ଏହି ସଚେତନତା କାର୍ଯ୍ୟକ୍ରମ ।

By

Published : Sep 21, 2019, 2:07 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କୁ ସଡକ ସୁରକ୍ଷାର ପାଠ ପଢ଼ାଇବା ସହିତ ଏହାକୁ ପାଳନ କରିବାକୁ ସେମାନଙ୍କୁ 5ଟି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ । ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିବା ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଡିସିପି ନାଥ ଏହି ମନ୍ତ୍ର ଦେଇଛନ୍ତି ।

ଦେଶରେ ବର୍ଷକୁ ପାଖାପାଖି 1 ଲକ୍ଷ 30 ହଜାର ଦୁର୍ଘଟଣା ଜନିତ ମୃତ୍ୟୁ ହେଉଛି । ଯାହାର ମୁଖ୍ୟ କାରଣ ଟ୍ରାଫିକ ନିୟମ ନମାନି ଗାଡି ଚାଳନା । ପିଲାମାନେ ଦେଶର ଭବିଷ୍ୟତ ହୋଇଥିବାବେଳେ ସେମାନଙ୍କ ସଚେତନତା ଉପରେ ଏହାର ପ୍ରଭାବ ନିର୍ଭର କରୁଛି । ତେଣୁ ସେମାନେ ସଚେତନ ହେବା ସହ ସେମାନଙ୍କ ପିତାମାତା ଓ ଅଭିଭାବକଙ୍କୁ ସଚେତନ କରିପାରିଲେ ଏହି ଦୁର୍ଘଟଣା ରୋକାଯାଇ ପାରିବ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ତେଣୁ ସେ ସେମାନଙ୍କୁ ସଡକ ସୁରକ୍ଷାର 5ଟି ମନ୍ତ୍ର ପ୍ରଦାନ କରିଛନ୍ତି...

  • ପ୍ରଥମ-ହେଲମେଟ ପିନ୍ଧିବା
  • ଦ୍ବିତୀୟ-ଦୁଇ ଚକିଆ ଗାଡ଼ିରେ ତିନି ଜଣ ନ ବସିବା
  • ତୃତୀୟ-କମ ବୟସରେ ଗାଡି ନ ଚଳାଇବା
  • ଚତୁର୍ଥ-ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା
  • ପଞ୍ଚମ-ଭୁଲ ରାସ୍ତାରେ ଗାଡ଼ି ନ ଚଳାଇବା ।

ତେବେ ଏହି 5 ଟି ନିୟମକୁ ଛାତ୍ରଛାତ୍ରୀ ପାଳନ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ସେମାନେ ମଧ୍ୟ ପୋଲିସ ଆଦାୟ କରୁଥିବା ଜୋରିମାନାକୁ ଉଚିତ କହିବା ସହିତ ଏହା ସେମାନେ ତାଙ୍କ ନିଜ ପାଇଁ ଆଦାୟ କରୁନଥିବାବେଳେ ଲୋକମାନଙ୍କ ମଙ୍ଗଳ ପାଇଁ କରୁଥିବା କହିଛନ୍ତି । ତେଣୁ ସେମାନେ ଆଜିଠାରୁ ଟ୍ରାଫିକ ନିୟମ ବିଷୟରେ ଅନ୍ୟମାନଙ୍କୁ କହିବା ସହିତ ନିଜେ ପାଳନ କରିବେ ବୋଲି କହିଛନ୍ତି ।

ଏହି ସଡକ ସୁରକ୍ଷା ସଚେତନତା ସେଫ ଇଣ୍ଡିଆ , ଶ୍ରୀ ସେବା ଟ୍ରଷ୍ଟ ଓ ଓଡିଶା କଲିଂ ଫାଉଣ୍ଡେସନ ପକ୍ଷରୁ କମିଶନରେଟ ପୋଲିସ ଓ ଭୁବନେଶ୍ବର ଆଞ୍ଚଳିକ ପରିବହନ ସଂସ୍ଥାର ସହଯୋଗରେ ଆୟୋଜନ କରାଯାଇଥିଲା । ଯେଉଁଥିରେ ଟ୍ରାଫିକ ଡିସିପିଙ୍କ ସହିତ ଟ୍ରାଫିକ ଏସିପି ବି.ବି ପାଣିଗ୍ରାହୀ, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ଏବଂ ଅନ୍ୟ ଅଧିକାରୀମାନେ ଯୋଗଦେଇ ପିଲାମାନଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details