ଓଡିଶା

odisha

ETV Bharat / city

ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ସାରା ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯାୟରେ । ତେବେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜଧାନୀ ଭୁବନେଶ୍ବରରେ ଟ୍ରାଫିକ କଟକଣା ଜାରି ହୋଇଛି । ଜାଣନ୍ତୁ ଟ୍ରାଫିକ ନିୟମ ସମ୍ପର୍କରେ...

By

Published : Jan 22, 2020, 6:41 PM IST

ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା
ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ଭୁବନେଶ୍ବର: ଜାନୁଆରୀ ୨୬, ସାରା ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯାୟରେ। ଭୁବନେଶ୍ବରରେ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ତେବେ ସାଧାରଣତନ୍ତ୍ର ଦିବସ ପାଇଁ ପରେଡ ସମୟରେ କିପରି ରହିବ ଟ୍ରାଫିକ କଟକଣା ସେନେଇ ଜାରି ହୋଇଛି ଆଡଭାଇଜାରି ।

ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ପ୍ୟାରେଡ ଅଭ୍ୟାସ ଯୋଗୁଁ ରାଜଧାନୀରେ ୨୨ ତାରିଖ ଓ 23 ତାରଖ ଅପରାହ୍ନ 2.30 ରୁ 5.00 ଏବଂ 24 ତାରିଖ ସକାଳ 7 ଟାରୁ 10.30 ମଧ୍ୟରେ ଲାଗୁ ହେବ ଟ୍ରାଫିକ କଟକଣା । ତା ସହିତ ୨୬ ତାରିଖରେ ମଧ୍ୟ ଏହି କଟକଣା ଲାଗୁ ହେବ ।

ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ତେବେ ଜାଣନ୍ତୁ ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ ପରାମର୍ଶ:-

  • ଜାନୁଆରୀ 26 ସକାଳ 6.30 ମିନିଟରୁ ସାଧାରଣତନ୍ତ୍ର ଦିବସ ଉତ୍ସବର ସମାପନ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ବଳବତ୍ତର ରହିବ ।
  • ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଉତ୍ସବ ଓ ପରେଡ଼ । ତେଣୁ କୌଣସି ଗାଡିକୁ ମହାତ୍ମାଗାନ୍ଧୀ ମାର୍ଗକୁ ଆସିବାକୁ ଦିଆଯିବ ନାହିଁ ।
  • ଜନପଥରେ ଟ୍ରାଫିକ ସ୍ବାଭାବିକ ଭାବେ ଚଳାଚଳ ହେବ, କିନ୍ତୁ ମାଷ୍ଟର କ୍ୟାଣ୍ଟିନଠାରୁ ମହାତ୍ମାଗାନ୍ଧୀ ମାର୍ଗକୁ କୌଣସି ଗାଡିକୁ ଯିବାକୁ ଅନୁମତି ଦିଆଯିବ ନାହିଁ ।
  • ସେହିପରି ସଚିବାଳୟ ମାର୍ଗରେ ହାଉସିଂ ବୋର୍ଡରୁ ପିଏସଜି ପଟରୁ ଆସୁଥିବା ସମସ୍ତ ଗାଡି ରବୀନ୍ଦ୍ର ମଣ୍ଡପ ପୂର୍ବରୁ ବାମ ପଟକୁ ମୋଡ କରାଯିବ । ସେମାନଙ୍କୁ ସଚ୍ଚିବାଳୟ ମାର୍ଗକୁ ଆସିବା ପାଇଁ ଦିଆଯିବ ନାହିଁ ।
  • ଏଜି ଛକରୁ ପିଏମଜି ଛକ ଆଡକୁ ଆସୁଥିବା ଗାଡିକୁ ଇନ୍ଦିରା ଗାନ୍ଧୀ ପାର୍କ ପୂର୍ବରୁ ଡାହାଣକୁ ମୋଡ କରିବେ ।
  • 120 ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଛକ ଆଡକୁ ଆସୁଥିବା ଗାଡି ଏମଏଲଏ କଲୋନୀ ମୋଜରେ ବାମକୁ ଯିବେ ।
  • ଗାଡିକୁ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କିରବେ । ଏଥିପାଇଁ ସ୍ଥାନମାନଙ୍କ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details