ଓଡିଶା

odisha

ETV Bharat / city

ମାନବିକତାର ଦୃଷ୍ଟାନ୍ତ ଦେଇ ସମ୍ମାନିତ ହେଲେ ସ୍ବର୍ଣ୍ଣଲତା - police commissioner

ଟ୍ରାଫିକ ମହିଳା କର୍ମଚାରୀ ସ୍ବର୍ଣ୍ଣଲତା ପରିଡା ନିଜ କର୍ତ୍ତବ୍ୟ କରିବା ସହ ମାନବିକତାର ମଧ୍ୟ ଦୃଷ୍ଟାନ୍ତ ଦେଖାଇଛନ୍ତି । ଏଥିପାଇଁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସ୍ବର୍ଣ୍ଣଲତାଙ୍କୁ ସମ୍ମାନିତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 8, 2019, 10:43 PM IST

Updated : Jul 9, 2019, 6:45 PM IST

ଭୁବନେଶ୍ବର: ରାଜଧାନୀର ରାଜ ରାସ୍ତା । କିଏ କୁଆଡେ ଯାଉଛି ଓ ଆସୁଛି କାହାର ସେଥିପ୍ରତି ଧ୍ୟାନ ନଥାଏ । ଏମିତିକି ଅନ୍ୟକୁ ସମସ୍ୟାରେ ଦେଖି ମଧ୍ୟ ନଦେଖିବା ପରି ଆଖି ବୁଜି ଚାଲିଯାଆନ୍ତି ଅନେକ । ମାତ୍ର ଜଣେ ଟ୍ରାଫିକ ମହିଳା କର୍ମଚାରୀ ସ୍ବର୍ଣ୍ଣଲତା ପରିଡା ଏଭଳି କିଛି କାମ କରି ପୋଲିସ କମିଶନରଙ୍କ ସାବାସି ପାଇଛନ୍ତି । ସେ ନିଜ କର୍ତ୍ତବ୍ୟ କରିବା ସହ ମାନବିକତାର ମଧ୍ୟ ଦୃଷ୍ଟାନ୍ତ ଦେଖାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନ ସମୟରେ ରବୀନ୍ଦ୍ର ମଣ୍ଡପ ଟ୍ରାଫିକ ଛକ ନିକଟରେ ଏକ ଦୃଷ୍ଟିହୀନ ଲୋକଟି ରାସ୍ତା ପାର ହେବା ପାଇଁ ଅପେକ୍ଷା କରିଥିଲେ । ମାତ୍ର ଭିଡ ଥିବାରୁ ସେ ରାସ୍ତା ପାର ହୋଇପାରିନଥିଲେ । ସମସ୍ତେ ଏହା ଦେଖୁଥିଲେ ମଧ୍ୟ କେହି ବି ସାହାଯ୍ୟ କରିବାକୁ ଆସିନଥିଲେ । ମାତ୍ର ଏହି ସମୟରେ ଲୋକଟି ପାଇଁ ଟ୍ରାଫିକ ପୋଲିସ ସାଜିଥିଲେ ଦେବଦୂତ । ଟ୍ରାଫିକ କନେଷ୍ଟବଳ ସ୍ବର୍ଣ୍ଣଲତା ପରିଡା ଉକ୍ତ ବ୍ୟକ୍ତିଙ୍କୁ ରାସ୍ତା ପାର କରାଇଥିଲେ ।

ଏହି କାର୍ଯ୍ୟ ପାଇଁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସ୍ବର୍ଣ୍ଣଲତାଙ୍କୁ ସମ୍ମାନିତ କରିଛନ୍ତି । ଏହାସହ ଆଗକୁ ମଧ୍ୟ ଏପରି ଜନଉପକାରୀ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 9, 2019, 6:45 PM IST

ABOUT THE AUTHOR

...view details