ଭୁବନେଶ୍ବର: ରାଜ୍ୟ କଂଗ୍ରେସ ପକ୍ଷରୁ କ୍ଷେତି ବଞ୍ଚାଓ ଆନ୍ଦୋଳନ ଆରମ୍ଭ ହୋଇଛି । ଅଭିନବ ଉପାୟରେ ଟ୍ରାକ୍ଟର ରାଲି କରି କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା ଆରମ୍ଭ କରାଯାଇଛି । ଏଥିରେ ପିସିସି ସଭାପତି ନରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର ଯୋଗ ଦେଇଛନ୍ତି ।
କଂଗ୍ରେସର କ୍ଷେତି ବଞ୍ଚାଓ ଆନ୍ଦୋଳନ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଏହି ରାଲି କରାଯାଉଛି । ଟ୍ରାକ୍ଟର ରାଲି କଂଗ୍ରେସ ଭବନରୁ ଆରମ୍ଭ ହୋଇ କଟକ ପର୍ଯ୍ୟନ୍ତ ଯିବ ବୋଲି ଜଣାପଡିଛି । ଦଳର ସମସ୍ତ ନେତା ଓ ଛାମୁଆ ସଂଗଠନ ଏହି ରାଲିରେ ଉପସ୍ଥିତ ରହିଛନ୍ତି ।
ଏହାସହ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେଲ୍ଲାକୁମାର କହିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ମଧ୍ୟ ସମାଲୋଚନା କରିଛନ୍ତି । ସେପଟେ ଏକ କୋଟିର ଦସ୍ତଖତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦିଆଯିବ ବୋଲି ନିରଞ୍ଜନ କହିଛନ୍ତି ।
ସୂଚନାଥାଉକି, କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କଂଗ୍ରେସ ନଭେମ୍ବର 1 ତାରିଖରୁ ସାରା ଦେଶରେ ଏଭଳି ରାଲିର ଆୟୋଜନ କରୁଛି । ଏହା ନଭେମ୍ବର 10 ତାରିଖରେ ସମାପ୍ତ ହେବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ