ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଟିପିଏମ ଆସିଷ୍ଟାଣ୍ଟ ଡାଇରେକ୍ଟର । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଟ ଡାଇରେକ୍ଟର ପ୍ରସନ୍ନ କୁମାର ସେନାପତି । କେଶରୀ ଫିଲ୍ମ ହଲ ପଛପଟେ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ସେ ।
ଫିଲ୍ମ ହଲ ପଛପଟେ ଲାଞ୍ଚ କାରବାର, ଧରାପଡିଲେ ଟିପିଏମ ଆସିଷ୍ଟାଣ୍ଟ ଡାଇରେକ୍ଟର - ୨୦ ହଜାର ଲାଞ୍ଚ ନେବା ବେଳେ ଗିରଫ
ଭିଜିଲାନ୍ସ ଜାଲରେ ଟିପିଏମ ଆସିଷ୍ଟାଣ୍ଟ ଡାଇରେକ୍ଟର । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଟ ଡାଇରେକ୍ଟର ପ୍ରସନ୍ନ କୁମାର ସେନାପତି । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ଟେଷ୍ଟବୁକ ପ୍ରଡକ୍ସନ ମାର୍କେଟିଂ (ଟିପିଏମ)ର ଆସିଷ୍ଟାଣ୍ଟ ଡାଇରେକ୍ଟର ହେଉଛନ୍ତି ପ୍ରସନ୍ନ କୁମାର ସେନାପତି । କଟକର ନିର୍ମଳ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଟେଣ୍ଡର ପାସ ପାଇଁ କରାଇଦେବା ପାଇଁ ୨୦ ହଜାର ଟଙ୍କା ନେଉଥିଲେ । ସେହି ସମୟରେ ଭିଜିଲାନ୍ସ ଭୁବନେଶ୍ବର ଡିଭିଜନ ତାଙ୍କୁ ଗିରଫ କରିଛି । ଏଥିସହ ତାଙ୍କର କଟକସ୍ଥିତ ବାସଭବନ ଓ ଭୁବନେଶ୍ବର କାର୍ଯ୍ୟାଳୟରେ ଛାପା ମାରିଛି ଭିଜିଲାନ୍ସ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ
Last Updated : Nov 25, 2019, 8:26 AM IST