ଭୁବନେଶ୍ବର :TP Central Odisha Distribution Limited (ଟିପିସିଓଡିଏଲ୍) ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସ୍ପେନ୍ସେରୀର ଶୁଭାରମ୍ଭ କରାଯାଇଛି। ସାଲେପୁର, ଆଠଗଡ ଓ କଟକ ଇଲେକ୍ଟ୍ରାକାଲ ଡିଭିଜନ ସମେତ କଟକ ଇଲେକ୍ଟ୍ରିକାଲ ସର୍କଲ ୯୦ଟି ପଞ୍ଚାୟତର ଲୋକଙ୍କ ଆବଶ୍ୟକତାକୁ ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ପୂରଣ କରିବ। ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ଡିସପେନସେରୀକୁ ଉଦଘାଟନ କରିଛନ୍ତି ।
ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ଯୌଥ ଉଦ୍ୟୋଗ ଟିପିସିଓଡିଏଲ ପକ୍ଷରୁ କରାଯାଇଛି ଥିବା ବେଳେ ଟିପିସିଓଡିଏଲର ସିଇଓ ଏମ ସେନ୍ବାଗମ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତି ଥିଲେ । ତେବେ ଏହି ଭ୍ରାମ୍ୟମାଣ ଡିସପେନସେରୀରେ ଜଣେ ଡାକ୍ତର, ଫାର୍ମାସିଷ୍ଟ୍, ଏଏନ୍ଏମ୍ ନର୍ସ ଓ ଜଣେ ଡ୍ରାଇଭର ରହିବେ । ଏହା ଚେକଅପ, ଚିକିତ୍ସା, ମେଡିସିନ୍ ପ୍ରେସ୍କ୍ରିପ୍ସନ ସହିତ ମାଗଣାରେ ଔଷଧ ବଣ୍ଟନ କରିବ ।