ଓଡିଶା

odisha

ETV Bharat / city

OTDCକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ଆହ୍ୱାନ - ଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୩ ତମ ପ୍ରତିଷ୍ଠା ଦିବସ

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ । ଅଧିକ ପଢନ୍ତୁ

ଓଟିଡିସିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ଆହ୍ୱାନ
ଓଟିଡିସିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ଆହ୍ୱାନ

By

Published : Sep 4, 2022, 8:56 AM IST

ଭୁବନେଶ୍ବର: ପାନ୍ଥନିବାସରେ ଆୟୋଜିତ ହୋଇଯାଇଛି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୩ ତମ ପ୍ରତିଷ୍ଠା ଦିବସ(43rd Foundation Day of OTDC ) । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଯୋଗ ଦେଇ ନିଗମ ସ୍ଥାପନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥି ସହ ଓଟିଡିସି(OTDC)କୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ପର୍ଯ୍ୟଟନ ମନ୍ତ୍ରୀ ଆହ୍ୱାନ କରିଥିଲେ ।

ଓଟିଡିସିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ଆହ୍ୱାନ

ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି ଯେ,''୧୯୭୯ ମସିହାରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସ୍ଥାପିତ ହୋଇଥିଲା । ନିଗମ ସ୍ଥାପନର ଉଦ୍ଦେଶ୍ୟ ଓ ଏହାର କାର୍ଯ୍ୟରେ ଉନ୍ନତି ସାଙ୍ଗକୁ ବିଭିନ୍ନ ସରକାରୀ ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ନିଗମ କାର୍ଯ୍ୟ ଅବ୍ୟାହତ ରଖିଛି । ଅନ୍ୟ ରାଜ୍ୟ ବା ଦେଶରୁ ଆସୁଥିବା ଅତିଥିମାନଙ୍କୁ ଉଚିତ୍ ଆତିଥେୟତା ପ୍ରଦାନ କରିବା ଆମର ଲକ୍ଷ୍ୟ । ପର୍ଯ୍ୟଟକଙ୍କୁ ଆନୁଷଙ୍ଗିକ ସୁବିଧା ପ୍ରଦାନ ପୂର୍ବକ ଓଟିଡିସିକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ଆହ୍ବାନ କରିଥିଲେ ପର୍ଯ୍ୟଟନ ମନ୍ତ୍ରୀ'' ।


ଏହା ମଧ୍ୟ ପଢନ୍ତୁ-ଓଡିଶା ଦେଖିବ ସୂର୍ଯ୍ୟକିରଣ ସୋ, ଭୁବନେଶ୍ୱର-ପୁରୀରେ ଦମ ଦେଖାଇବ ବାୟୁସେନା

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ''ଦିର୍ଘ ୪୩ ବର୍ଷ ଧରି ଓଟିଡିସିର କର୍ମଚାରୀମାନେ ସାଧୁତା ଓ ଏକାଗ୍ରତାର ସହ କାର୍ଯ୍ୟ କରି ଏହାକୁ ଉଚ୍ଚତର ସ୍ଥାନକୁ ନେଇଥିବାରୁ ଆଗକୁ ଏମିତି ଜାରି ରଖିବାକୁ କହିଥିଲେ ମନ୍ତ୍ରୀ । ଶ୍ରୀକ୍ଷେତ୍ର, ପୁରୀ, କୋଣାର୍କ ମନ୍ଦିର ସହିତ ଭିତରକନିକା, ସିମିଳିପାଳ, ମନ୍ଦିରମାଳିନୀ ସହର ଭୁବନେଶ୍ୱର ଆଦି ପର୍ଯ୍ୟଟନସ୍ଥଳୀ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଛି । ଇତିମଧ୍ୟରେ ଓଡିଶାରେ ପୁରୁଷ ବିଶ୍ୱକପ୍ ହକି ଫାଇନାଲ ଆୟୋଜନ, ଏସିଆନ୍ ଆଥଲେଟିକ୍ ଚମ୍ପିଆନସିପ୍ ଓ ଜୁନିଅର ଓ୍ୱାର୍ଲ୍ଡ କପ୍ ହକି ଆୟୋଜନ ସମୟରେ ବିଦେଶରୁ ଆସିଥିବା ଖେଳାଳୀ ଓ ପର୍ଯ୍ୟଟକମାନଙ୍କୁ ଉତ୍ତମ ଆତିଥେୟତା ପ୍ରଦାନ ଯୋଗୁଁ ଓଟିଡିସି ତଥା ଓଡିଶା ସରକାର ପ୍ରଶଂସିତ ହୋଇଛନ୍ତି । ଆସନ୍ତା ବର୍ଷ ୨୦୨୩ ବିଶ୍ୱକପ୍ ହକି ଓଡିଶାରେ ଆୟୋଜିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଓଡିଟିସି ପ୍ରସ୍ତୁତି ସଠିକ୍ ଭାବରେ କରିବା। ଏଥି ସହ ମୁଖ୍ୟମନ୍ତ୍ରୀ ଓଟିଡିସି ଠାରୁ ଯେଉଁ ଆଶା ରଖିଛନ୍ତି, ପର୍ଯ୍ୟଟକମାନଙ୍କୁ ଉତ୍ତମ ସେବା ପ୍ରଦାନ କରି ସେହି ଆଶା ଓଟିଡିସି ପୂରଣ କରିବାରେ ସଫଳ ହେବ ବୋଲି କହିଥିଲେ ପର୍ଯ୍ୟଟନ ମନ୍ତ୍ରୀ'' ।

ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ଯୋଗ ଦେଇ ବିଭିନ୍ନ ଦୃଷ୍ଟାନ୍ତ ପ୍ରଦାନ କରି ଓଟିଡିସିର ସଫଳତା ସଂପର୍କରେ ଆଲୋକପାତ କରିଥିଲେ । ''ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳନା ଓ ସେବା ପ୍ରଦାନ କେରଳ, ଉତ୍ତରପ୍ରଦେଶରେ ଥିବା ତତୁଲ୍ୟ ଅନୁଷ୍ଠାନ ଅପେକ୍ଷା କୌଣସି ଗୁଣରେ କମ୍ ନୁହେଁ । ଓଡିଟିସି ଏହା ଉପଲବ୍ଧ ସୁବିଧାକୁ ପୁନଃ ତର୍ଜମା କରି ଆତିଥେୟତା ପ୍ରଦାନରେ ଅଭିନବତ୍ୱ ଆଣିବା, ଅତିଥିମାନଙ୍କୁ ସମ୍ମାନର ସହ ସୁରକ୍ଷିତ ରଖିବା ଏବଂ ସୁଖାଦ୍ୟ ପରିବେଷଣ ଉପରେ ଅଧିକ ଧ୍ୟାନ ଦେଲେ ସେମାନେ ଓଡିଶାରୁ ନୂଆ ଅନୁଭୂତି ନେଇଯିବେ ବୋଲି ପ୍ରମୁଖ ଶାସନ ସଚିବ କହିଥିଲେ'' ।

ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ର ଯାଦବ ପ୍ରମୁଖ ଯୋଗଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଓଟିଡିସି ତରଫରୁ ପ୍ରଦାନ କରାଯାଉଥିବା ଭ୍ରମଣ ଓ ପାନ୍ଥନିବାସ ସୁବିଧା ଓ ଆତିଥେୟତା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଓଟିଡିସିର ବୁକିଂ ୱେବସାଇଟ୍ www.bookodisha.com ଏବଂ ବାର୍ଷିକ ମୁଖପତ୍ର ‘ଏଲିଭେଟିଂ ଏଡିଶା’ ଉନ୍ମୋଚିତ ହୋଇଥିଲା । ଭଲକାମ କରିଥିବା ଓଟିଡିସିର କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ABOUT THE AUTHOR

...view details