ଓଡିଶା

odisha

ETV Bharat / city

TOP NEWS @9PM:ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS @9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM:ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS @9PM:ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jul 29, 2021, 9:04 PM IST

Updated : Jul 29, 2021, 9:14 PM IST

1.ରାଜ୍ୟରେ ‘ଗୋଟିଏ ଦେଶ-ଗୋଟିଏ ରାସନ’ କାର୍ଯ୍ୟକ୍ରମ ଆରମ୍ଭ

ଓଡିଶାର ସବୁ ଜିଲ୍ଲାରେ 'ଗୋଟିଏ ଦେଶ, ଗୋଟିଏ ରାସନ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାଦ୍ବାରା ରାଜ୍ୟ ବାହାରର ଲୋକ ଓଡିଶାରେ ଓ ଓଡିଶାର ଲୋକ ରାଜ୍ୟ ବାହାରେ ରାସନ ପାଇପାରିବେ ।

2.ସୀମା ବିବାଦ ପ୍ରସଙ୍ଗରେ ତେଜିଲେ ସୁର, କହିଲେ ‘କେବେ ନିଦରୁ ଉଠିବେ ରାଜ୍ୟ ସରକାର’

ଗତକାଲି ସଂସଦରେ ସୀମା ବିବାଦ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରୀ ଉତ୍ତର ରଖିଥିଲେ ଯେ, ଓଡ଼ିଶାରେ କୌଣସି ସୀମା ବିବାଦ ନାହିଁ।ଏହାପରେ ଓଡ଼ିଶାରେ ଏନେଇ ବିଭିନ୍ନ ଦଳର ପ୍ରତିକ୍ରିୟା ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ।

3. ୫ ଭାରତୀୟ ଭାଷାରେ ପଢାଯିବ ଇଞ୍ଜିନିୟରିଂ, ବାଦ୍‌ ପଡିଲା ଓଡିଆ

୮ଟି ରାଜ୍ୟର ୧୪ ଇଞ୍ଜିନିୟରିଂ କଲେଜରେ ନିଜ ମାତୃଭାଷାରେ ପଢାଯିବ ଇଞ୍ଜିନିୟରିଂ ପାଠ । ୫ଟି ଭାଷାରେ ଦିଆଯିବ ଇଞ୍ଜିନିୟରିଂ ଶିକ୍ଷା ।

4.Matric offline exam: ଆଡ଼ମିଟ କାର୍ଡରୁ ବଞ୍ଚିତ ଛାତ୍ରଛାତ୍ରୀ

ଆସନ୍ତାକାଲି(ଶୁକ୍ରବାର) ମାଟ୍ରିକ ଅଫଲାଇନ ପରୀକ୍ଷା । ହେଲେ କିଛି ଛାତ୍ରଛାତ୍ରୀ ଆଡ଼ମିଟ କାର୍ଡ ପାଇନଥିବା ଅଭିଯୋଗ ହୋଇଛି ।

5.କମୁଛି ଧଳାବାଘ ସଂଖ୍ୟା, ଆସନ୍ତା ୨ ବର୍ଷ ମଧ୍ୟରେ ଦ୍ବିଗୁଣିତ କରିବା ପାଇଁ ପ୍ରୟାସ

ରାଜ୍ୟରେ ଧଳାବାଘଙ୍କ ସଂଖ୍ୟା କମୁଥିବାରୁ ଆସନ୍ତା ୨ ବର୍ଷ ମଧ୍ୟରେ ଏହାର ସଂଖ୍ୟା ଦ୍ବିଗୁଣିତ କରିବା ପାଇଁ ପ୍ରୟାସ କରାଯାଉଥିବା ସୂଚନା ମିଳିଛି ।

6.ଦିନକ ପରେ ମାଟ୍ରିକ ଅଫଲାଇନ ପରୀକ୍ଷା, ବୋର୍ଡ ପ୍ରସ୍ତୁତ

ଦିନକ ପରେ ମାଟ୍ରିକ ଅଫଲାଇନ ପରୀକ୍ଷା । ପରୀକ୍ଷା ଦେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ । ଏନେଇ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଲେ ବୋର୍ଡ ସଭାପତି ।

7. ସୁସ୍ଥ ହେଲେ ଆଉ 2,039 ସଂକ୍ରମିତ

ଆଜି ରାଜ୍ୟରୁ 2ହଜାର 39 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 53 ହଜାର 88କୁ ବୃଦ୍ଧି ପାଇଛି ।

8.ଭିମସାରରେ ଆବଶ୍ୟକୀୟ ଭିତ୍ତିଭୂମିର ସମ୍ପୂର୍ଣ୍ଣ ହେଲେ ମିଳିବ ECMO ଚିକିତ୍ସା: DMET

ଭିମସାରରେ ECMO ମେସିନ ନ ଲାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି DMET ଡାକ୍ତର ସିବିକେ ମହାନ୍ତି । କହିଲେ ଭିତ୍ତିଭୂମୀ ପ୍ରସ୍ତୁତି ଚାଲିଛି, ସମ୍ପୂର୍ଣ୍ଣ ହେଲେ ମିଳିବ ସେବା ।

9.ଆସନ୍ତାକାଲିି ଟୋକିଓ ଅଲମ୍ପିକ୍ସରେ ଦୌଡିବେ ଦୂତି, ଅଖଣ୍ଡ ଦୀପ ଜାଳୁଛନ୍ତି ମାଆ

ଟୋକିଓ ଅଲମ୍ପିକ୍ସରେ ଆସନ୍ତାକାଲି ଟ୍ରାକକୁ ଓହ୍ଲାଇବେ ଦେଶର ଦୌଡରାଣୀ ଦୂତି ଚାନ୍ଦ । ଦୂତିଙ୍କ ସଫଳତା କାମନା କରି ତାଙ୍କ ମାଆ ଅଖଜି ଚାନ୍ଦ ଠାକୁରଙ୍କ ନିକଟରେ ଅଖଣ୍ଡ ଦୀପ ଜଳାଉଛନ୍ତିି ।

10.ତୃତୀୟ ଟି-୨୦: ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟି-୨୦ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ବର୍ତ୍ତମାନ ସୁଦ୍ଧା ଏହି ସିରିଜରେ ଭାରତ ଗୋଟିଏ ମ୍ୟାଚ ଜିତି ଥିବାବେଳେ ଶ୍ରୀଲଙ୍କା ଗୋଟିଏ ମ୍ୟାଚ ଜିତିଛି ।

Last Updated : Jul 29, 2021, 9:14 PM IST

ABOUT THE AUTHOR

...view details