ଓଡିଶା

odisha

ETV Bharat / city

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ETV BHARAT NEWS TIME

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jun 6, 2020, 9:01 AM IST

1.ଆଜିଠୁ ସାପ୍ତାହିକ ସଟଡାଉନ, ଜାରି ରହିବ ଜରୁରୀକାଳୀନ ସେବା

ଆଜିଠୁ ଆରମ୍ଭ ହେବ ସାପ୍ତାହିକ ଦୁଇ ଦିନିଆ ସଟ ଡାଉନ । ସଟ ଡାଉନ କଟକଣାରେ ସାମାନ୍ୟ କୋହଳ କରିଛନ୍ତି ସରକାର । କଣ ଖୋଲା ରହିବ ସେନେଇ ପୁଣି ଥରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । ତେବେ ଜରୁରୀକାଳୀନ ସେବା ଜାରି ରହିବ ।

2.ସ୍ନାନ ପରେ ଜ୍ବରରେ ଦାରୁବ୍ରହ୍ମ, ଅଣସର ଘରେ ନୀଳାଚଳ ସାଆନ୍ତ

ସ୍ନାନବେଦୀରେ 108 ଗରା ସୁବାସିତ ଜଳରେ ମହାସ୍ନାନ କରି ହାତୀ ବେଶରେ ଦର୍ଶନ ଦେବା ପରେ ମହାପ୍ରଭୁଙ୍କୁ ଜ୍ବର ଧରିଛି, ଅସୁସ୍ଥ ହୋଇ ପଡିଛନ୍ତି ମହାପ୍ରଭୁ । ଶ୍ରୀଅଙ୍ଗକୁ ଲାଗିଛି ବାଧା । ଭାବଗ୍ରାହୀ ଭଗବାନଙ୍କୁ ସ୍ନାନବେଦୀରୁ ସିଧାସଳଖ ଅଣସର ପିଣ୍ଡି‌କୁ ନିଆଯାଇଛି ।

3.ଶୃଙ୍ଖଳାରେ ସମାପନ ହେଲା ମହାପ୍ରଭୁଙ୍କ ସ୍ନାନନୀତି, ସେବାୟତଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାପାଳ

ଶୃଙ୍ଖଳାର ସହ ସ୍ନାନ ବେଦୀରେ ସମାପନ ହୋଇଛି ମହାପ୍ରଭୁଙ୍କ ସ୍ନାନ ନୀତି । ତେବେ ମହାପ୍ରଭୁଙ୍କ ସ୍ନାନ ନୀତି ଶାନ୍ତି ଶୃଙ୍ଖଳାରେ ସମୟ ଅନୁଯାୟୀ ହୋଇଥିବାରୁ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ସେବାୟତଙ୍କୁ ଧନ୍ୟବାଦ ଦେଇଛନ୍ତି ।

4.ସୀମା ଦ୍ବନ୍ଦ୍ବ: ଆଜି ଭାରତ-ଚୀନ ଆଲୋଚନା

ଭାରତ-ଚୀନ ସୀମାରେ ଲାଗିରହିଥିବା ଦ୍ବନ୍ଦ୍ବର ସମାଧାନ ପାଇଁ ଆଜି ଉଭୟ ସାମରିକ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିବ । ଲେହ ସ୍ଥିତ 14 କ୍ରପ୍ସର ଜେନେରାଲ୍ ଅଫିସର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଓ ତାଙ୍କ ଚୀନ ପ୍ରତିପକ୍ଷ ପିପୁଲ୍ସ ଲିବରେସନ୍ ଆର୍ମିର ଗ୍ରୁପ ମୁଖ୍ୟଙ୍କ ମଧ୍ୟରେ ଏହି ବୈଠକ ବସିବ ।

5. ରାଜ୍ୟରେ ୮ରୁ ଲଘୁଚାପ, ୧୦ରେ ମୌସୁମୀ ବର୍ଷା

ଆସନ୍ତା ୮ ତାରିଖରୁ ଲଘୁଚାପ ବର୍ଷାରେ ଭିଜିବ ସାରା ଓଡିଶା । ୨୪ ଘଣ୍ଟାରେ ଉପକୂଳ ଓଡିଶା ସମେତ ୧୨ ଜିଲ୍ଲାକୁ ସତର୍କ ସୂଚନା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବ । ଏହାର ପ୍ରଭାବରେ ୧୦ ତାରିଖରୁ ସାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ।

6.ସ୍କୁଲରେ ଆରମ୍ଭ ହେବ ନାମଲେଖା, ଜୁଲାଇ 15 ସୁଦ୍ଧା ସରିବ ପ୍ରକ୍ରିୟା

ପ୍ରାଥମିକ ସ୍କୁଲରେ ହେବ ନାମଲେଖା । ଏନେଇ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଜୁଲାଇ 15 ସୁଦ୍ଧା ନାମଲେଖା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

7.ରାଜ୍ୟରେ ସୁସ୍ଥ ହେଲେ ଆଉ 123 କୋରୋନା ଆକ୍ରାନ୍ତ

ଆଶ୍ବସ୍ତିର ଖବର । ରାଜ୍ୟରେ ସୁସ୍ଥ ହେଲେ ଆହୁରି 123 କୋରୋନା ଆକ୍ରାନ୍ତ । ଏହାସହ ମୋଟ ସୁସ୍ଥ ସଂଖ୍ୟା 1604ରେ ପହଞ୍ଚିଛି ।

8. 9 ଆଇଏଏସଙ୍କୁ କୋରୋନା ମୁକାବିଲା ଦାୟିତ୍ବରୁ ହଟାଇଲେ ସରକାର

କୋଭିଡ-19 ମୁକାବିଲା ପାଇଁ ରାଜ୍ୟ ସରକାର ବରିଷ୍ଠ ଆଇଏଏସଙ୍କୁ ଯେଉଁ ଅତିରିକ୍ତ ଦାୟିତ୍ବ ଦେଇଥିଲେ, ତାକୁ ହଟାଇ ଦେଇଛନ୍ତି । ସମସ୍ତଙ୍କୁ ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି ।

9.ଜୁନ 12ରେ ଜିଏସଟି ପରିଷଦ ବୈଠକ, ରାଜସ୍ବ କ୍ଷତିର ହେବ ସମୀକ୍ଷା

ଜୁନରେ 12ରେ ଜିଏଟି ପରିଷଦର 40ତମ ବୈଠକ ବସିବ । ରାଜସ୍ବ ବୃଦ୍ଧି ଓ ରାଜ୍ୟ ପାଇଁ ବଜାରରୁ ପୁଞ୍ଜି ଏକଜୁଟ ନେଇ ଏଥିରେ ଚର୍ଚ୍ଚା ହେବ । ତେବେ ବର୍ତ୍ତମାନ ସମୟରେ ଜିଏସଟି ସଂଗ୍ରହ ବୃଦ୍ଧି ପରିଷଦ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

10.ଫୋର୍ବସ 2020 ତାଲିକା: ପୁଣିଥରେ ସ୍ଥାନ ପାଇଲେ ଅକ୍ଷୟ କୁମାର

ଫୋର୍ବସ ଚଳିତ ବର୍ଷର ତାଲିକା ଜାରି କରିଛି । ଏହି ତାଲିକାରେ ବଲିଉଡ ଅଭିନେତା ଅକ୍ଷୟ କୁମାର ସ୍ଥାନ ପାଇଛନ୍ତି । ସେ ଏକମାତ୍ର ଭାରତୀୟ ଅଭିନେତା ଭାବେ ସର୍ବାଧିକ ଟଙ୍କା ଆୟ କରିବା ତାଲିକାରେ ସ୍ଥାନ ହାସଲ କରିଛନ୍ତି ।

ABOUT THE AUTHOR

...view details