ଭୁବନେଶ୍ବର:ଆଜି (ମଙ୍ଗଳବାର) ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ଦୁଇ ବୈଠକ । ନବୀନ ନିବାସରୁ ଭର୍ଚ୍ଚୁଆଲ ମୋଡରେ ବୈଠକରେ ଅଧ୍ୟକ୍ଷତା କରିବେ ନବୀନ ପଟ୍ଟନାୟକ । ଅପରାହ୍ଣ ୫.୩୦ରେ ପ୍ରଥମେ ବସିବ ମନ୍ତ୍ରୀ ପରିଷଦ ବୈଠକ । ଏହାପରେ ୫.୪୫ରେ ବସିବ କ୍ୟାବିନେଟ ବୈଠକ ।
ଆସନ୍ତା ମାସ ୧ ତାରିଖରୁ ମୌସୁମୀ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ଏଥିପାଇଁ ଏହି ମନ୍ତ୍ରୀ ପରିଷଦ ଓ କ୍ୟାବିନଟେ ବୈଠକର ଗୁରୁତ୍ବ ବଢ଼ିଛି । କ୍ୟାବିନେଟ ବୈଠକରେ ପ୍ରାୟ ୧୦ଟି ପ୍ରସ୍ତାବରେ ମୋହର ବାଜିବା ନେଇ ଆଲୋଚନା ହେଉଛି ।