ଭୁବନେଶ୍ବର: ଶନିବାର ଅପରାହ୍ନରେ ବସିବ ଚଳିତ ସରକାରର ଶେଷ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବାକୁ ଯାଉଛି । ଚତୁର୍ଥଥର ଲାଗି ସରକାର ଗଠନ କରିଥିବା ବିଜେଡ଼ି ସରକାର ଭାଙ୍ଗିବା ନେଇ ଉକ୍ତ ବୈଠକରେ ଘୋଷଣା କରାଯାଇପାରେ ।
ଶନିବାର ବିଜେଡି ସରକାରର ଶେଷ କ୍ୟାବିନେଟ ବୈଠକ
ଆସନ୍ତାକାଲି (ଶନିବାର) ବସିବ ଚଳିତ ସରକାରର ଶେଷ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।
ଫାଇଲ ଫଟୋ
ଏଥିସହ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କିଛି ପ୍ରସ୍ତାବ ଆସିପାରେ । ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ବିଭିନ୍ନ ଅଞ୍ଚଳମାନଙ୍କରେ ପୁନଃରୁଦ୍ଧାର କାର୍ଯ୍ୟ ଓ ରିଲିଫ ନେଇ କିଛି ନୂଆ ନିଷ୍ପତ୍ତି ହୋଇପାରେ । ଏହାସହ ଫନି ପ୍ୟାକେଜକୁ ବୈଠକରେ ଅନୁମୋଦନ ମିଳିପାରେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ