ଓଡିଶା

odisha

ETV Bharat / city

24 ଘଣ୍ଟାରେ ଆହୁରି ବର୍ଷିବ, 4 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ - ପୁରୀ

ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସକ୍ରିୟ । ଯେଉଁ କାରଣରୁ ତିନି ଦିନ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଯାହାକୁ ନେଇ ବିଭିନ୍ନ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ଆଲର୍ଟ ।

ଘୁର୍ଣ୍ଣିବଳୟ ସକ୍ରିୟ ନେଇ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା

By

Published : Aug 22, 2019, 6:03 PM IST

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ହୋଇଛି । ଯାହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଦିଆଯାଇଛି ।

ଘୁର୍ଣ୍ଣିବଳୟ ସକ୍ରିୟ ନେଇ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା

ଆସନ୍ତା 24 ଘଣ୍ଟା ମଧ୍ୟରେ 4ଟି ଜିଲ୍ଲା କୋରାପୁଟ, ମାଲକାନଗିରି, ରାୟଗଡା ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବ। ସେହିପରି ଗଞ୍ଜାମ, ଗଜପତି, କଳାହାଣ୍ଡି, ମୟୂରଭଞ୍ଜ, ନୂଆପଡା, ପୁରୀ, କଟକ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଦକ୍ଷିଣ ଓଡିଶାରେ ବଜ୍ରପାତ ସହ ବର୍ଷା ହେବାର ସୂଚନା ଦିଆଯାଇଛି। ଆସନ୍ତା ଦୁଇ ତିନି ଦିନ ବର୍ଷା ସ୍ବାଭାବିକ ରହିବ ।

ତେବେ ବର୍ତ୍ତମାନ ସୁଦ୍ଧା ମାଲକାନଗିରିରେ ସର୍ବାଧିକ 164 ମିମି ବର୍ଷା ରେକର୍ଡ କରାଯାଇଛି। ମୋଟାମୋଟି ରାଜ୍ୟରେ 3 ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details