ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୪୦ ଜଣ ଥିବାବେଳେ ୯୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
STATE CORONA: ଦିନକରେ ୨୩୯ ପଜିଟିଭ ଚିହ୍ନଟ - କୋରୋନା
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୯ କୋରୋନା ପଜିଟିଭ ଚିହ୍ନଟ । ସେଥିମଧ୍ୟରୁ ୩୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ
STATE CORONA: ଦିନକରେ ୨୩୯ ପଜିଟିଭ ଚିହ୍ନଟ
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୨୩ଜଣ ଥିବାବେଳେ ବାଲେଶ୍ବରରୁ ୭, ବରଗଡରୁ୧, ଭଦ୍ରକରୁ ୨, ବଲାଙ୍ଗୀରରୁ ୧, କଟକରୁ ୨୪, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧, ଯାଜପୁରରୁ ୭, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୪, କୋରାପୁଟରୁ ୧, ମୟୂରଭଞ୍ଜରୁ ୧୩, ନୟାଗଡରୁ ୧, ପୁରୀରୁ ୩, ସମ୍ବଲପୁରରୁ ୬, ସୁନ୍ଦରଗଡ଼ରୁ ୯ ଏବଂ ଷ୍ଟେଟପୁଲ୍ରୁ ୨୯ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୭୯୮ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ