ଓଡିଶା

odisha

By

Published : Oct 28, 2021, 10:20 AM IST

ETV Bharat / city

STATE CORONA: ଦିନକରେ ୪୧୨ ପଜିଟିଭ, ୬୩ ଶିଶୁ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ୪୧୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୩ ଶିଶୁ କୋରୋନା ଆକ୍ରାନ୍ତ । ଅଧିକ ପଢନ୍ତୁ...

STATE CORONA: ଦିନକରେ ୪୧୨ ପଜିଟିଭ ଚିହ୍ନଟ, ୬୩
STATE CORONA: ଦିନକରେ ୪୧୨ ପଜିଟିଭ ଚିହ୍ନଟ, ୬୩

ଭୁବନେଶ୍ବର:ରାଜ୍ୟରେ କମୁଛି ବଢୁଛି କୋରୋନା ସଂକ୍ରମଣ । ଗତକାଲି ୫ଶହ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୧୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୬୩ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୨୩୭ ଜଣ ଥିବା ବେଳେ ୧୭୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ସେହିପରି ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୮୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ବରରୁ ୧୧, ବରଗଡରୁ ୫, ଭଦ୍ରକରୁ ୬, ବଲାଙ୍ଗୀରରୁ ୧, କଟକରୁ ୪୬, ଦେବଗଡରୁ ୭, ଢେଙ୍କାନାଳରୁ ୪, ଗଜପତିରୁ ୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧୦, ଯାଜପୁରରୁ ୧୧, ଝାରସୁଗୁଡା ୧, କେନ୍ଦ୍ରାପଡ଼ାରୁ ୧୦, କୋରାପୁଟରୁ ୨, ମୟୂରଭଞ୍ଜରୁ ୧୪, ନୟାଗଡ ୪, ନୂଆପଡାରୁ ୬, ପୁରୀ ୧୧, ରାୟଗଡାରୁ ୪, ସମ୍ବଲପୁରରୁ ୮, ସୁନ୍ଦରଗଡ଼ରୁ ୭ ଏବଂ ଷ୍ଟେଟ ପୁଲ୍‌ରୁ ୪୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୨୩୦ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details