ଓଡିଶା

odisha

ETV Bharat / city

ଆଜି ମହିଳା କମିଶନରେ ହାଜର ହେବେ ସାଂସଦ ଅନୁଭବ ଓ ତାଙ୍କ ବାପା-ମା’

ଷ୍ଟାର ଦମ୍ପତି ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବଢିବାରେ ଲାଗିଛି । ଆଜି ଦିନ 11ଟାରେ ମହିଳା କମିଶନରେ ହାଜର ହେବେ ସାଂସଦ ଓ ତାଙ୍କ ବାପାମା‘ । ଅଧିକ ପଢନ୍ତୁ...

ମହିଳା କମିଶନରେ ହାଜର ହେବେ ସାଂସଦ ଅନୁଭବ ଓ ତାଙ୍କ ବାପାମା’
ମହିଳା କମିଶନରେ ହାଜର ହେବେ ସାଂସଦ ଅନୁଭବ ଓ ତାଙ୍କ ବାପାମା’

By

Published : Dec 29, 2020, 7:19 AM IST

ଭୁବନେଶ୍ବର: ବଢିଚାଲିଛି ଓଲିଉଡ ଷ୍ଟାର ଦମ୍ପତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ। ଆଜି ମହିଳା କମିଶନରଙ୍କ ନିକଟରେ ହାଜର ହେବେ ସାଂସଦ ଅନୁଭବ ଓ ତାଙ୍କ ବାପା,ମାଆ । ପାରିବାରିକ ବିବାଦକୁ ନେଇ ଦିନ 11ଟାରେ ମହିଳା କମିଶନଙ୍କ ନିକଟରେ ହାଜର ପାଇଁ ନୋଟିସ ହୋଇଛି ।

ସୂଚନାଯୋଗ୍ୟ, ପାରିବାରିକ ବିବାଦକୁ ନେଇ ଡିସେମ୍ବର 15ରେ ମହିଳା କମିଶନରଙ୍କ ଦ୍ବାରସ୍ଥ ହୋଇଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଦୀର୍ଘ ସମୟ ଧରି ସେ ମହିଳା କମିଶନର ମିନତୀ ବେହେରାଙ୍କ ସହ ଆଲୋଚନା କରିଥିଲେ । ଏହା ପୂର୍ବରୁ ବର୍ଷା ପତ୍ନୀ ବର୍ଷା ଘରୋଇ ହିଂସା ନେଇ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details