ଭୁବନେଶ୍ବର: ପୁଣି ରାଜ୍ୟରେ ଉପରମୁହାଁ କୋରୋନା ସଂକ୍ରମଣ । ଦୁଇଦିନ ଧରି 4 ଶହ ଉପରେ ରହୁଛି ସଂକ୍ରମିତ ମାମଲା । ଆଜି ମଧ୍ୟ 471 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ 278 ଜଣ କ୍ବାରେଣ୍ଟାଇନରୁ ହୋଇଥିବାବେଳେ 193 ଜଣ ସ୍ଥାନୀୟ ଅଞ୍ଚଳରୁ ବାହାରିଛନ୍ତି । ସୁନ୍ଦରଗଡରୁ ସର୍ବାଧିକ 85 ଜଣ ଚିହ୍ନଟ ।
ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ଆଜି ଖୋର୍ଦ୍ଧାରୁ 40, କଳାହାଣ୍ଡିରୁ 50, ଝାରସୁଗୁଡାରୁ 23, ବଲାଙ୍ଗୀର 36, ସମ୍ବଲପୁରରୁ 27, ନୂଆପଡାରୁ 42, କଟକରୁ 22 ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଅନୁଗୋଳରୁ 10, ବାଲେଶ୍ବରରୁ 15, ଗଞ୍ଜାମ 12, ଯାଜପୁରରୁ 11, ମୟୂରଭଞ୍ଜ 16, ନବରଙ୍ଗପୁରରୁ 17, ପୁରୀ 14, ଟି ନୂତନ ମାମଲା ଆସିଛି ।