ଓଡିଶା

odisha

ETV Bharat / city

ଆଜି ରାଜ୍ୟର 30 ଜିଲ୍ଲାରୁ 3810 କୋରୋନା ଚିହ୍ନଟ - state corona

ରାଜ୍ୟରେ ଅନିୟନ୍ତ୍ରତ ଭାବେ ବଢୁଛି କୋରୋନା ମାମଲା । ଗତ 24 ଘଣ୍ଟା ମଧ୍ୟରେ ପୁଣି ନୂତନ ମାମଲା ରିପୋର୍ଟ ହୋଇଛି । ଯେଉଁଥିରେ ସର୍ବାଧିକ ଖୋର୍ଦ୍ଧାରୁ ରିପୋର୍ଟ ହୋଇଛି । ଅଧିକ ପଢନ୍ତୁ...

ଆଜି ରାଜ୍ୟର 30 ଜିଲ୍ଲାରୁ 3810 କୋରୋନା ଚିହ୍ନଟ
ଆଜି ରାଜ୍ୟର 30 ଜିଲ୍ଲାରୁ 3810 କୋରୋନା ଚିହ୍ନଟ

By

Published : Sep 6, 2020, 12:01 PM IST

ଭୁବନେଶ୍ବର : ରାଜ୍ୟରେ ଅସମ୍ଭାଳ ଭାବେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ପୁଣି 3810 ନୂତନ ମାମଲା ଚିହ୍ନଟ । 30 ଟି ଜିଲ୍ଲାରୁ ସଂକ୍ରମିତ ମାମଲା ରିପୋର୍ଟ ହୋଇଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦେଇଛି । ଏବେ ରାଜ୍ୟରେ ମୋଟ ସଂକ୍ରମିତକଙ୍କ ସଂଖ୍ୟା 1 ଲକ୍ଷ ପାର କରିଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ 2286 ଜଣ କ୍ବାରେଣ୍ଟାଇନ ରହିଥିଲେ । ସ୍ଥାନୀୟ ସଂକ୍ରମଣ 1524 ରହିଛି । ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ 797 ଟି କୋରୋନା ବାହାରିଛନ୍ତି ।

ସେହିପରି ଅନୁଗୁଳ ରେ 73, ବାଲେଶ୍ୱରରେ 120, ବରଗଡରେ 396, ଭଦ୍ରକରେ 107, ବଲାଙ୍ଗୀରୀରେ 43 , ବୌଦ୍ଧରେ 29, କଟକରେ 322, ଦେଓଗଡରେ 7, ଢେଙ୍କାନାଳରେ 51, ଗଜପତି ରେ 20 , ଗଞ୍ଜାମରେ 108, ଜଗତସିଂହପୁରରେ 67, ଯାଜପୁରରେ 252, ଝାରସୁଗୁଡ଼ାରେ 192 , କଳାହାଣ୍ଡିରେ 57, କନ୍ଧମାଳରେ 45, କେନ୍ଦ୍ରାପଡାରେ 103, କେନ୍ଦୁଝରରେ 84, କୋରାପୁଟରେ 84, ମାଲକାନଗିରିରେ 37, ମୟୁରଭଞ୍ଜରେ 142, ନବରଙ୍ଗପୁରରେ 78, ନୟାଗଡରେ 62 , ନୂଆପଡାରେ 93, ପୁରୀରେ 117, ରାୟଗଡାରେ 101, ସମ୍ବଲପୁରରେ 83, ସୋନପୁରରେ 106 ସୁନ୍ଦରଗଡରେ 34 ଜଣ କୋରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 124031 ରହିଥିବା ବେଳେ 29 , 658 ମାମଲା ସକ୍ରିୟ ରହିଛି । ସଂକ୍ରମିତଙ୍କ ମଧ୍ୟରୁ 93 ,774 ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ରାଜ୍ୟରେ ମୋଟ 2098401 ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details