ଭୁବନେଶ୍ବର:ରାଜ୍ୟରେ ବଢୁଛି କୋରୋନା ପଜିଟିଭ ସଂଖ୍ୟା। ଆଜି ରାଜ୍ୟରେ ସର୍ବାଧିକ ପଜିଟିଭ ସଂଖ୍ୟା ଚିହ୍ନଟ କରାଯାଇଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ରାଜ୍ୟରେ ସର୍ବାଧିକ 29 ଟି ଜିଲ୍ଳାରୁ 1602 ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ଏବେ ଚିନ୍ତାରେ ।
ରାଜ୍ୟରେ ଅଣାୟତ୍ତ କୋରୋନା: ଆଜି ରେକର୍ଡ ସଂଖ୍ୟକ 1602 ପଜିଟିଭ ଚିହ୍ନଟ
10:18 August 01
ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 993 ଚିହ୍ନଟ ହୋଇଥିବା ବେଳେ 609 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି। ସବୁଥର ପରି ଆଜି ମଧ୍ୟ ଗଞ୍ଜାମରୁ 308 ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ଅନୁଗୋଳରୁ 15, ବାଲେଶ୍ଵରରୁ 29, ବରଗଡରୁ 13, ଭଦ୍ରକରୁ 20, ବଲାଙ୍ଗୀରରୁ 38, ବୌଦ୍ଧରୁ 9, କଟକରୁ 54, ଢେଙ୍କାନାଳରୁ 49, ଗଜପତିରୁ 10, ଜଗତସିଂହପୁରରୁ 19, ଯାଜପୁରରୁ 44, ଝାରସୁଗୁଡାରୁ 7, କଳାହାଣ୍ଡିରୁ 30, କନ୍ଧମାଳରୁ 45, କେନ୍ଦ୍ରାପଡାରୁ 15, କେନ୍ଦୁଝରରୁ 31, ଖୋର୍ଦ୍ଧାରୁ 285, କୋରାପୁଟରୁ 46, ମାଲକାନଗିରିରୁ 30, ମୟୂରଭଞ୍ଜରୁ 39, ନବରଙ୍ଗପୁରରୁ 9, ନୟାଗଡରୁ 33, ନୂଆପଡାରୁ 5, ପୁରୀରୁ 50, ରାୟଗଡାରୁ 164, ସମ୍ବଲପୁରରରୁ 39, ସୋନପୁରରୁ 6, ସୁନ୍ଦରଗଡରୁ 32 ଜଣ ଚିହ୍ନଟ ହୋଇଛନ୍ତି।
ତେବେ ଆଜିର 1602 ପଜିଟିଭ ଚିହ୍ନଟ ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 33 ହଜାର 479 ରହିଥିବା ବେଳେ ସୁସ୍ଥ ହୋଇଛନ୍ତି 20 ହଜାର 517 । ଆଉ ସକ୍ରିୟ ମାମଲା ରହିଛି 12 ହଜାର 737।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ