ଓଡିଶା

odisha

ETV Bharat / city

କେମିତି ବାଣ୍ଟିବେ ସାମାଜିକ ସହାୟତା ରାଶି, ଚିନ୍ତାରେ ରାଜ୍ୟ ସରକାର

20 ଲକ୍ଷ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ଦେଇଛି ସାମାଜିକ ସହାୟତା ରାଶି । ବାକି 28 ଲକ୍ଷ ଲୋକଙ୍କୁ କେମିତି ଦେବେ ଟଙ୍କା ସେନେଇ ଚିନ୍ତାରେ ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ...

social security assistance, 1000 to beneficiaries, state need more package from center, minister Ashok Panda,  ସାମାଜିକ ସହାୟତା ରାଶି, ଚିନ୍ତାରେ ରାଜ୍ୟ ସରକାର, ଅଶୋକ ପଣ୍ଡା, ସାମାଜିକ ସୁରକ୍ଷା ମନ୍ତ୍ରୀ
କେମିତି ବାଣ୍ଟିବେ ସାମାଜିକ ସହାୟତା ରାଶି, ଚିନ୍ତାରେ ରାଜ୍ୟ ସରକାର

By

Published : Apr 17, 2020, 5:43 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କଠାରୁ ଆସିଥିବା ଜାତୀୟ ସାମାଜିକ ସହାୟତା ରାଶିକୁ ନେଇ ଚିନ୍ତାରେ ରାଜ୍ୟ ସରକାର। କେମିତି ବାଣ୍ଟିବେ ଟଙ୍କା ତାକୁ ନେଇ ଚାଲିଛି ହିସାବ ନିକାସ। ଏହି ଯୋଜନାରେ କେନ୍ଦ୍ର ସରକାର 1000 ଟଙ୍କା ସହାୟତା ଦେବାଲାଗି ଘୋଷଣା କରିଛନ୍ତି।

କେମିତି ବାଣ୍ଟିବେ ସାମାଜିକ ସହାୟତା ରାଶି, ଚିନ୍ତାରେ ରାଜ୍ୟ ସରକାର

ଏ ବାବଦରେ 5 ଶହ କୋଟି ଟଙ୍କା ରାଜ୍ୟକୁ ଆସିଛି। ହେଲେ ରାଜ୍ୟ ସରକାର ବର୍ତ୍ତମାନ 48 ଲକ୍ଷ ଲୋକଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି। ସେଥିରୁ 20 ଲକ୍ଷ ହିତାଧିକାରୀ ଜାତୀୟ ସାମାଜିକ ସହାୟତା ଯୋଜନାରେ ଥିବାବେଳେ 28 ଲକ୍ଷ ଲୋକ ମଧୁବାବୁ ପେନସନ ଯୋଜନା ତାଲିକାଭୁକ୍ତ ହୋଛନ୍ତି। ଯେହେତୁ କେନ୍ଦ୍ର ସରକାର କେବଳ ଜାତୀୟ ସାମାଜିକ ସହାୟତା ଯୋଜନାରେ ସାମିଲ ଥିବା 20 ଲକ୍ଷ ହିତାଧିକାରୀଙ୍କୁ ହଜାରେ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ଏହାକୁ ନେଇ ଅଡୁଆରେ ପଡିଛନ୍ତି ରାଜ୍ୟସରକାର। କିଭଳି ବାଣ୍ଟିବେ ଟଙ୍କା। କାରଣ 20 ଲକ୍ଷ ହିତାଧିକାରୀଙ୍କୁ ଛାଡିଲେ ବାକି 28 ଲକ୍ଷ ଲୋକଙ୍କୁ କେଉଁଠୁ ଦେବେ ଟଙ୍କା। ଏଥିପାଇଁ ଆବଶ୍ୟକ 250 କୋଟି ଟଙ୍କା। ତେଣୁ ଦ୍ଵିତୀୟ କିସ୍ତି ଆସିବା ପରେ ଏହି ସହାୟତା ରାଶି ପ୍ରଦାନ କରିବା ନେଇ ବିଚାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details