ଓଡିଶା

odisha

By

Published : Oct 15, 2021, 5:18 PM IST

ETV Bharat / city

ବାଣ ବିକ୍ରି କଟକଣା ହଟାଇବାକୁ ଓଡିଶା ସରକାରଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ବାଣ ବିକ୍ରି ଉପରେ କଟକଣା ଲଗାଇଛନ୍ତି ଓଡିଶା ସରକାର । ତେବେ ତାମିଲନାଡୁର ବାଣ କାରିଗରଙ୍କ ଉପରେ ପଡିଛି ଏହାର ସିଧାସଳଖ ପ୍ରଭାବ । ଏନେଇ ବାଣ ବିକ୍ରି ଉପରେ କଟକଣା ଉଠାଇବା ଦିଗରେ ଆଉଥରେ ବିଚାର କରିବାକୁ ଓଡିଶା ସରକାରଙ୍କୁ ନିବେଦନ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ଅଧିକ ପଢନ୍ତୁ...

ବାଣ ବିକ୍ରି ଉପରୁ ପ୍ରତିବନ୍ଧକ ହଟାଇବାକୁ ଓଡିଶା ସରକାରଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ
ବାଣ ବିକ୍ରି ଉପରୁ ପ୍ରତିବନ୍ଧକ ହଟାଇବାକୁ ଓଡିଶା ସରକାରଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ବର: ଦିପାବଳୀକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ବାଣ ଫୁଟାଇବା ଏବଂ ବାଣ ବିକ୍ରି ଉପରେ କଟକଣା ଲଗାଇଛନ୍ତି ଓଡିଶା ସରକାର । ତେବେ ତାମିଲନାଡୁର ବାଣ କାରିଗରଙ୍କ ଉପରେ ପଡିଛି ଏହାର ସିଧାସଳଖ ପ୍ରଭାବ । ତାମିଲନାଡୁର ଲକ୍ଷ ଲକ୍ଷ ବାଣ କାରିଗର ଏବେ ଚିନ୍ତାରେ । ଏନେଇ ବାଣ ବିକ୍ରି ଉପରେ କଟକଣା ଉଠାଇବା ଦିଗରେ ଆଉଥରେ ବିଚାର କରିବାକୁ ଓଡିଶା ସରକାରଙ୍କୁ ନିବେଦନ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ।

ବାଣ ବିକ୍ରି ଉପରୁ ପ୍ରତିବନ୍ଧକ ହଟାଇବାକୁ ଓଡିଶା ସରକାରଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଦେଶର ଆତସବାଜି ହବ ତାମିଲନାଡୁର ପ୍ରାୟ ଆଠ ଲକ୍ଷ କାରରିଗର ଉପରେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜସ୍ଥାନ, ଦିଲ୍ଲୀ, ହରିୟାଣା ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ । ଦେଶରେ ସମୁଦାୟ ବାଣ ଉତ୍ପାଦନର ପ୍ରାୟ 90 ପ୍ରତିଶତ ତାମିଲନାଡୁରୁ ଆସିଥାଏ । ଏହା ପ୍ରାୟ ଆଠ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ଯୋଗାଇ ଦେଇଥାଏ ବୋଲି ଷ୍ଟାଲିନ କହିଛନ୍ତି ।

ଷ୍ଟାଲିନ ଚିଠିରେ ଲେଖିଛନ୍ତି ଯେ ବାଣ କାରିଗରଙ୍କ ଜୀବିକା କେବଳ ଦିପାବଳୀ ଉପରେ ନିର୍ଭର କରେ । ଆପଣଙ୍କ ରାଜ୍ୟରେ ବାଣ ଉପରେ ପ୍ରତିବନ୍ଧକ ତାମିଲନାଡୁର ଆଠ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଜୀବିକା ଉପରେ ସିଧାସଳଖ ପ୍ରଭାବ ପକାଇପାରେ ବୋଲି କହିଛନ୍ତି ସିଏମ ଷ୍ଟାଲିନ ।

ABOUT THE AUTHOR

...view details