ଓଡିଶା

odisha

PLUS TWO EXAM: ବଦଳିପାରେ ଦ୍ବାଦଶ ବିଜ୍ଞାନ ପରୀକ୍ଷା ସୂଚୀ

By

Published : Mar 29, 2022, 1:04 PM IST

ବଦଳିପାରେ ଦ୍ବାଦଶ ବିଜ୍ଞାନ ପରୀକ୍ଷା ସୂଚୀ । ପରୀକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ

PLUS TWO EXAM: ବଦଳିପାରେ ଦ୍ବାଦଶ ବିଜ୍ଞାନ ପରୀକ୍ଷା ସୂଚୀ
PLUS TWO EXAM: ବଦଳିପାରେ ଦ୍ବାଦଶ ବିଜ୍ଞାନ ପରୀକ୍ଷା ସୂଚୀ

ଭୁବନେଶ୍ବର: ବଦଳିପାରେ ଦ୍ବାଦଶ ବିଜ୍ଞାନ ପରୀକ୍ଷା ସୂଚୀ । ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏଭଳି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏଭଳି ନିଷ୍ପତ୍ତି ହୋଇଛି।

ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଜ୍ଞାନ ପରୀକ୍ଷାରେ ସମୟ ସୂଚୀ ବଦଳିପାରେ। କାରଣ ଗଣିତ ପରୀକ୍ଷା ପାଇଁ ଗୋଟିଏ ଦିନ ଗ୍ୟାପ ରହିଛି । ପିଲାଙ୍କ ପାଠ ପଢ଼ାରେ ଅସୁବିଧା ହୋଇପାରେ। ଏଣୁ ତାହାକୁ ରିସିଡ୍ୟୁଲ କରାଯାଇପାରେ । ଏହାସହ ସବୁ ସେଣ୍ଟରରେ ସିସିଟିଭି ଲାଗିବ ଓ ଠିକ୍ ସମୟରେ ପରୀକ୍ଷା ଫଳ ବାହାରିବ। ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏଭଳି ନିଷ୍ପତ୍ତି ହୋଇଛି। ଦ୍ବାଦଶ ବୋର୍ଡ ପରୀକ୍ଷା ପ୍ରସ୍ତୁତି ନେଇ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

1586 କଲେଜର ପିଲା ଦ୍ବାଦଶ ବୋର୍ଡ ପରୀକ୍ଷା ଦେବେ। 1148ଟି ପରୀକ୍ଷା କେନ୍ଦ୍ରରେ ହେବ ଦ୍ବାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗି ସୁରୁଖୁରୁରେ ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ ରଖିଛି ଗଣଶିକ୍ଷା ବିଭାଗ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details