ଭୁବନେଶ୍ବର:ରାଜ୍ୟରେ ବୃଦ୍ଧି ପାଇଛି ତାପମାତ୍ରା। ଗତ 24 ଘଣ୍ଟାରେ ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ 9ଟି ଜିଲ୍ଲାରେ ସ୍ଵଳ୍ପ ଘଡ଼ଘଡ଼ି ସହ ବର୍ଷା ହେବା ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ତେବେ ଆସନ୍ତା ୨୫, ୨୬ ଓ ୨୭ ତାରିଖରେ ପାଗ ଶୁଖିଲା ରହିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ ।
ନୂଆପଡା, ମୟୁରଭଞ୍ଜ, ବରଗଡ଼, କେନ୍ଦୁଝର, ଢେଙ୍କାନାଳ, କଟକ, ନବରଙ୍ଗପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ସ୍ଵଳ୍ପ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି (ମାର୍ଚ୍ଚ 24) ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟ ବର୍ଷା ହେବା ପୂର୍ବାନୁମାନ କରାଯାଇଛି। ଏହାପରେ ପରେ 3ଦିନ ପାଗ ଶୁଖିଲା ରହିବ। ଆଗକୁ ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି।