ଭୁବନେଶ୍ବର:ଓଡ଼ିଶା ମହିଳା ଫୁଟବଲ ଲିଗର ସପ୍ତମ ଦିନରେ 3ଟି ମ୍ୟାଚ ଖେଳାଯାଇଛି। ଆଜି(ବୁଧବାର) ଖେଳାଯାଇଥିବା ଗୋଟିଏ ମ୍ୟାଚ ଟାଇ ରହିଛି। ସେହିଭଳି ଗୋଟିଏ ମ୍ୟାଚରେ ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ଳବ ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ଇଷ୍ଟକୋଷ୍ଟ ରେଲୱେ ବିଜୟ ଲାଭ କରିଛି।
ସପ୍ତମ ଦିନର ପ୍ରଥମ ମ୍ୟାଚ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ଳବ ଓ ଓଜିପି ମଧ୍ୟରେ ଖେଳା ଯାଇଥିଲା । ପୂର୍ବାହ୍ନରେ ଖେଳାଯାଇଥିବା ଏହି ମ୍ୟାଚରେ ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ଳବର ଖେଳାଳିମାନେ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚକୁ 4-0ଗୋଲରେ ଜିତି ନେଇଛି ରାଇଜିଙ୍ଗ ଷ୍ଟୁଡେଣ୍ଟ କ୍ଳବ।
ଖେଳ ଆରମ୍ଭ ହେବାପରେ 5ତମ ମିନିଟ ଓ 10ତମ ମିନିଟରେ କ୍ଳବର ଯଶୋଦା ମୁଣ୍ଡା ଦୁଇଟି ଗୋଲ ଦେଇଥିଲେ। ଏହାପରେ ମ୍ୟାଚର ଦ୍ବିତୀୟାର୍ଦ୍ଧରେ କାମିନୀ ମୁଣ୍ଡା ଓ ସୁମିତ୍ରା ଯଥାକ୍ରମେ 51 ଓ 55 ମିନିଟ ରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ସେପଟେ ବିପକ୍ଷ ଓଜିପି ଦଳ ସଂଘର୍ଷ ଜାରି ରଖିଥିଲେ ମଧ୍ୟ କୌଣସି ଗୋଲ ଦେବାକୁ ସକ୍ଷମ ହୋଇ ନଥିଲେ।