ଓଡିଶା

odisha

ETV Bharat / city

କୋରୋନାରେ 3 ସାମ୍ବାଦିକଙ୍କ ମୃତ୍ୟୁ

କୋରୋନାରେ ତିନି ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି । ବରିଷ୍ଠ ସାମ୍ବାଦିକ ମାନସ ଜୟପୁରୀଆ, ସାମ୍ବାଦିକ ଭାନୁପ୍ରକାଶ ରଥ, ସାମ୍ବାଦିକ ରମେଶସେନ୍ ମୁଣ୍ଡାଙ୍କର କୋରୋନାରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

କୋରୋନାରେ 3 ସାମ୍ବାଦିକଙ୍କ ମୃତ୍ୟୁ
କୋରୋନାରେ 3 ସାମ୍ବାଦିକଙ୍କ ମୃତ୍ୟୁ

By

Published : Apr 29, 2021, 6:07 PM IST

ଭୁବନେଶ୍ବର: କୋରୋନାରେ 3 ସାମ୍ବାଦିକଙ୍କ ମୃତ୍ୟୁ । ଗୁରୁବାର କୋରୋନାରେ ତିନି ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି । ବରିଷ୍ଠ ସାମ୍ବାଦିକ ମାନସ ଜୟପୁରୀଆ, ସାମ୍ବାଦିକ ଭାନୁପ୍ରକାଶ ରଥ, ସାମ୍ବାଦିକ ରମେଶସେନ୍ ମୁଣ୍ଡାଙ୍କର ମୃତ୍ୟୁ ଘଟିଛି ।

ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ମାନସ ଜୟପୁରୀଆଙ୍କ ଗୁରୁବାର ସକାଳେ ସମ୍ବଲପୁରର ନର୍ସିଂ ହୋମରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ସମ୍ବଲପୁର ତଥା ଭାବନେଶ୍ୱରରେ ବହୁ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ଦିଲ୍ଲୀରେ ଏକ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ଥିଲେ । କିଛିଦିନ ତଳେ ଦିଲ୍ଲୀରୁ ଫେରିବା ପରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ ସମ୍ବଲପୁରର ଏକ ନର୍ସିଂହୋମରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ମାତ୍ର ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି ।

ସେହିପରି କଳାହାଣ୍ଡି ଜିଲ୍ଲାର ପ୍ରତିଭାବାନ ସାମ୍ବାଦିକ ଭାନୁପ୍ରକାଶ ରଥ ଗତ ଏପ୍ରିଲ 13ରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଅଧିକ ଚିକିତ୍ସା ପାଇଁ ସେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡ଼ିଓରେ ଉଦଘୋଷକ ଭାବରେ କାମ କରି ଆସୁଥିଲେ। ସେ ଏକା ଧାରାରେ ଜଣେ ସାମ୍ବାଦିକ, ଅଭିନେତା ଓ ରାଜନୈତିଜ୍ଞ ଥିଲେ । ତାଙ୍କର ବିୟୋଗରେ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାର କଳା ଓ ସାମ୍ବାଦିକତା କ୍ଷେତ୍ରରେ ଏକ ବିରାଟ କ୍ଷତି।

କେନ୍ଦୁଝର ଜିଲ୍ଲାର ସାମ୍ବାଦିକ ରମେଶସେନ୍ ମୁଣ୍ଡା ଗତ ଦୁଇ ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ବୁଧବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ରମେଶ ଏକ ୱେବ ଚ୍ୟାନେଲର ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିଲେ । ତିନି ସାମ୍ବାଦିକଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ।

ଭୁବନେଶ୍ବରରୁ ବ୍ୟୁରୋ ରିପୋର୍ଟ, ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା ଓ କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details