ଭୁବନେଶ୍ବର: ଆଗକୁ ପୌର ନିର୍ବାଚନ । ଚଳିତ ବର୍ଷ ନିର୍ବାଚନ ହେବାକୁ ଥିଲେ ମଧ୍ୟ ଏହା କ୍ଷୀଣ । କାରଣ ସଂଶୋଧିତ ପୌର ପରିଷଦ ଆଇନ ବିଲ ବର୍ତ୍ତମାନ ଯାଏଁ ବିଧାନସଭାକୁ ଆସି ନାହିଁ । ଫଳରେ ନିର୍ବାଚନ ନୂତନ ବର୍ଷରେ ହେବା ଏକ ପ୍ରକାର ସ୍ପଷ୍ଟ । ତେବେ ଏବେ ଚାଲିଛି ରାଜନୈତିକ ଦଳଙ୍କ ପୁର୍ନବିନ୍ୟାସ କାର୍ଯ୍ୟ । ତିନି ପ୍ରମୁଖ ଦଳ ବିଜେଡି, ବିଜେପିଓ କଂଗ୍ରେସ ଏବେ ଦଳର ସାଂଗଠନିକ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଉଭୟ ବିଜେପିଓ ବିଜେଡି ସଂଗଠନ କାମରେ ଆଗରେ ଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପରାଜୟ ଯନ୍ତ୍ରଣାରୁ ମୁକୁଳି ପାରିନାହିଁ ।
ବିଜେପି ତାର ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ବରାନିତ କରିଥିବା ବେଳେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦଳର ସଦସ୍ୟତା ଗ୍ରହଣ ଶେଷ ହେଲେ ବିଜେପି ଦଳୀୟ ନିର୍ବାଚନକୁ ଓହ୍ଲାଇବ । ପ୍ରଥମେ ବ୍ଲକ , ମଣ୍ଡଳଓ ପରେ ଜିଲ୍ଲା ସଭାପତି ନିର୍ବାଚନ ହେବ । ଏହାପରେ ରାଜ୍ୟ ସଭାପତି ମଧ୍ୟ ପରିବର୍ତ୍ତନ ହେବ । କାରଣ ଦଳର ନିୟମ ଅନୁସାରେ ଏକ ବ୍ୟକ୍ତି ଏକ ଦାୟିତ୍ବ ଅନୁସାରେ ବର୍ତ୍ତମାନର ସଭାପତି ଲୋକସଭାକୁ ନିର୍ବାଚିତ ହୋଇସାରିଛନ୍ତି । ସେହି ଦୃଷ୍ଟିରୁ ସଭାପତି ମଧ୍ୟ ବର୍ଷ ଶେଷ ସୁଦ୍ଧା ଦଳକୁ ମିଳିବ । ଏଥିପାଇଁ ନିର୍ବାଚନ ଅଧିକାରୀ ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି ।