ଓଡିଶା

odisha

ETV Bharat / city

ଦେଶବ୍ୟାପୀ ଡାକ୍ତରଙ୍କ ଧର୍ମଘଟ: ପ୍ରତିକ୍ରିୟା ଦେଲେ ରାଜ୍ୟ ସ୍ବାସ୍ଥ୍ୟ ସଚିବ

ସୋମବାର(ଆଜି) ଦେଶବ୍ୟାପୀ ପାଖାପାଖି ୫ ଲକ୍ଷ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଧର୍ମଘଟ ପ୍ରସଙ୍ଗରେ ରାଜ୍ୟରେ ରୋଗୀ ସେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା । ଓଡିଶାରେ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 17, 2019, 3:38 PM IST

ଭୁବନେଶ୍ବର: ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ବିରୋଧ ପ୍ରଦର୍ଶନରେ ସୋମବାର ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛି ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ (ଆଇଏମ୍‌ଏ) । ସୋମବାର ଏହି ଧର୍ମଘଟ ପ୍ରସଙ୍ଗରେ ରାଜ୍ୟରେ ରୋଗୀ ସେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସର୍ବଭାରତୀୟ ସ୍ତରରେ ଡାକ୍ତରମାନେ ଏହାକୁ ସମର୍ଥନ ଜଣାଉଛନ୍ତି ବୋଲି ସେ କହିବା ସହ ଓଡିଶାରେ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି ସୂଚନା ଦେଇଛନ୍ତି ।


ଏହାସହ ଡାକ୍ତରଙ୍କ ଧର୍ମଘଟ ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କ କଥା ହୋଇ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା କହିଛନ୍ତି ପ୍ରମୋଦ ମେହେର୍ଦ୍ଦା । ରାଜ୍ୟରେ କିଛି କିଛି ସ୍ଥାନରେ ସ୍ଥାନୀୟ ବିକ୍ଷୋଭ ଦେଖିବାକୁ ମିଳିଛି । ସେମିତି କିଛି ବଡ ଧରଣର ଘଟଣା ଘଟିନାହିଁ ବୋଲି ସ୍ଵାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା କହିଛନ୍ତି।


ଏଠାରେ ସୂଚନା ଯୋଗ୍ୟ ଯେ ସୋମବାର(ଆଜି) ଦେଶବ୍ୟାପୀ ପାଖାପାଖି ୫ ଲକ୍ଷ ଡାକ୍ତର ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଆଜି ସକାଳ ୬ଟାରୁ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଏହା ଆଗାମୀ ୨୪ ଘଣ୍ଟା ଯାଏଁ ଜାରି ରହିବ ।


ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details