ଓଡିଶା

odisha

ETV Bharat / city

ଏଥର ପ୍ଲାଷ୍ଟିକ ଓ ପ୍ରଦୂଷଣ ମୁକ୍ତ ହେବ ‘ପାର୍ବଣ ଋତୁ’ - awareness program

ଆଗକୁ ଆସୁଛି ପାର୍ବଣ ଋତୁ । ଏଥିପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ ବିଭିନ୍ନ ମଣ୍ଡପ ଓ ପୀଠ । ଚଳିତ ବର୍ଷ ଏହି ପର୍ବପର୍ବାଣୀ ପାଳନ ସମୟରେ ସହରକୁ ପ୍ଲାଷ୍ଟିକ ଓ ପ୍ରଦୂଷଣମୁକ୍ତ ରଖିବାକୁ ଭୁବନେଶ୍ବର ଦୁର୍ଗାପୂଜା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 19, 2019, 9:46 AM IST

ଭୁବନେଶ୍ବର: ଆଗକୁ ଆସୁଛି ପାର୍ବଣ ଋତୁ । ଏଥିପାଇଁ ଗାଁଠୁ ସହର ସବୁଠି ଚଳଚଞ୍ଚଳ ବିଭିନ୍ନ ମଣ୍ଡପ ଓ ପୀଠ । ବିଭିନ୍ନ ପର୍ବପର୍ବାଣୀକୁ ନେଇ ଏହି ମଣ୍ଡପ ଓ ପୀଠମାନଙ୍କରେ ଅନେକ ଦେବାଦେବୀଙ୍କ ମୂର୍ତ୍ତି ଓ ତୋରଣ ଶୋଭା ପାଇବ । କିନ୍ତୁ ଚଳିତ ବର୍ଷ ଏହି ପର୍ବପର୍ବାଣୀ ପାଳନ ସମୟରେ ସହରକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହ ମଣ୍ଡପ ଚାରିପଟେ ଗଛ ଲଗାଇ ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି କରିବାକୁ ଭୁବନେଶ୍ବର ଦୁର୍ଗାପୂଜା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସହରର ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ ବିଭିନ୍ନ ପ୍ରକାର ସାମାଜିକ ମୂଲ୍ୟବୋଧ ଭିତ୍ତିକ ବାର୍ତ୍ତା ଲଗାଇ ଲୋକଙ୍କୁ ସଚେତନ କରିବାକୁ ନିବେଦନ କରାଯିବ ବୋଲି ଟ୍ରଷ୍ଟର ସଭାପତି ନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି । ଶହୀଦନଗର ଉଇନର ଆସୋସିଏସନ ଅନୁଷ୍ଠାନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆସନ୍ତା 24 ତାରିଖରେ ରାଜ୍ୟର ପାଖାପାଖି 400ରୁ ଉର୍ଦ୍ଧ୍ବ ଲକ୍ଷ୍ମୀ, କାଳୀ ଓ ଦୁର୍ଗା ପୂଜା ସମିତିର ସଦସ୍ୟଙ୍କ ସମାବେଶ ସ୍ଥାନୀୟ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ କରାଯାଇଛି । ଯେଉଁଠି ଉପରୋକ୍ତ ବିଷୟ ସମ୍ବନ୍ଧରେ ସେମାନଙ୍କୁ ସଚେତନ କରାଯିବ । ଏଥିସହିତ ମେଢ଼ ଭସାଣି ଓ ଶୋଭାଯାତ୍ରାରେ ପାରମ୍ପାରିକ ବାଦ୍ୟଯନ୍ତ୍ର ବ୍ୟବହାର କରିବାକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି ।

ବିଧି ବିଧାନ ଅନୁଯାୟୀ ପୂଜା କରାଗଲେ କିପରି ସମସ୍ତଙ୍କ ମଙ୍ଗଳ ହେବ ସେ ବିଷୟରେ ଆଲୋଚନା କରାଯିବ । ଉତ୍ସବ ସମୟରେ ବିଭିନ୍ନ ପୂଜା ସମିତିର କର୍ମକର୍ତ୍ତାଙ୍କ ସମେତ ସମାଜରେ ବିଭିନ୍ନ ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସମ୍ପାଦକ ଉମାନାଥ ମିଶ୍ର, ଉପସଭାପତି ଲଳିତ ମୋହନ ପଣ୍ଡା, ସହ-ସମ୍ପାଦକ ମଳୟ ରଞ୍ଜନ ମହାପାତ୍ରଙ୍କ ସମେତ ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details