ଓଡିଶା

odisha

ETV Bharat / city

ରାଜଧାନୀରେ ଅନଲାଇନ ମାଧ୍ୟମରେ ମା'ଙ୍କୁ ଦର୍ଶନ କରିବେ ଭକ୍ତ - online darshan of maa durga

ଏଥର ଦୁର୍ଗାପୂଜାରେ ଝଲସିବନି ରାଜଧାନୀ । କୋଭିଡ କଟକଣା ମଧ୍ୟର ଆଡମ୍ବର ଶୂନ୍ୟ ହେବ ମା'ଙ୍କ ପୂଜା । ଏଥର ଅନଲାଇନରେ ଦର୍ଶନ କରିବେ ଭକ୍ତ । ଖାଲି ଦର୍ଶନ ନୁହେଁ ପ୍ରସାଦ ବଣ୍ଟନର ମଧ୍ୟ ରହିଛି ବ୍ୟବସ୍ଥା । ସମ୍ପୂର୍ଣ୍ଣ ପଢନ୍ତୁ...

ରାଜଧାନୀରେ ଅନଲାଇନ ମାଧ୍ୟମରେ ମା'ଙ୍କୁ ଦର୍ଶନ କରିବେ ଭକ୍ତ
ରାଜଧାନୀରେ ଅନଲାଇନ ମାଧ୍ୟମରେ ମା'ଙ୍କୁ ଦର୍ଶନ କରିବେ ଭକ୍ତ

By

Published : Oct 22, 2020, 3:29 PM IST

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଆଡମ୍ବର ଶୂନ୍ୟ ହେବ ମା'ଙ୍କ ପୂଜା । ରାଜଧାନୀରେ ଛୋଟ ବଡ ମିଶାଇ ମୋଟ 170ଟି ମେଢ଼ ରହିଥିବାବେଳେ ଦେଖିବାକୁ ମିଳିବନି ଆଗଭଳି ଲୋକଙ୍କ ଗହଳି ଚହଳି... କି ଶୁଭିବନି ଡିଜେ ସାଉଣ୍ଡ । ବିନା ଭକ୍ତରେ ପୂଜା ପାଇବେ ମା' । ରାଜଧାନୀରେ କଡାକଡି ହୋଇଛି କୋଭିଡ କଟକଣା । ମଣ୍ଡପରେ ଦେଖିବାକୁ ମିଳିବନି 7 ରୁ ଅଧିକ ଲୋକ । କଟକଣା ନେଇ ଭକ୍ତଙ୍କ ମନ ଦୁଃଖ ଥିବାବେଳେ ପ୍ରତିଟି ଭକ୍ତ କିପରି ମା'ଙ୍କ ଦର୍ଶନ ପାଇ ପାରିବେ ସେନେଇ ଆୟୋଜନ କରିଛନ୍ତି ପୂଜା କମିଟି । ଏଥର ଅନଲାଇନରେ ଦର୍ଶନ କରିବେ ଭକ୍ତ । ଖାଲି ଦର୍ଶନ ନୁହେଁ ପ୍ରସାଦ ବଣ୍ଟନର ମଧ୍ୟ ରହିଛି ବ୍ୟବସ୍ଥା ।

ରାଜଧାନୀରେ ଅନଲାଇନ ମାଧ୍ୟମରେ ମା'ଙ୍କୁ ଦର୍ଶନ କରିବେ ଭକ୍ତ

ରସୁଲଗଡ଼, ଶହୀଦନଗର, ନୟାପଲ୍ଲୀ, ଓଲଡ଼ ଷ୍ଟେସନ ବଜାର ପୂଜା ଭଳି ବଡ ବଡ ପୂଜା ମଣ୍ଡପରେ ମା' ଙ୍କର ସପ୍ତମୀ ପୂଜା ଠାରୁ ଦଶମୀ ପୂଜା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଅନଲାଇନରେ ହେବ ସିଧା ପ୍ରସାରଣ । ଦିନକୁ 3 ଥର ପୁଷ୍ପାଞ୍ଜଳୀ ଦେଇପାରିବେ ଏହାସହ ଦଶମୀ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ମଧ୍ୟ ଦେଖିପାରିବେ । ତେବେ ମା' ଙ୍କ ପ୍ରସାଦ ପାଇବା ପାଇଁ ଦିନକ ପୂର୍ବରୁ କରିବାକୁ ପଡିବ ବୁକିଙ୍ଗ।

ପ୍ରତିବର୍ଷ ଦଶହରାକୁ ବେଶ ଯାକ ଯମକରେ ପାଳନ କରାଯାଉଥିବା ବେଳେ ଚଳିତବର୍ଷ କିନ୍ତୁ ସବୁ କିଛି ଫିକା ପଡିଯାଇଛି । ହେଲେ ଫିକା ପଡିନି ଲୋକଙ୍କ ଉତ୍ସାହ କି ଭକ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ସୁରୁଖୁରୁରେ ପୂଜା କରିବାକୁ ହୋଇଛି ସମସ୍ତ ପ୍ରକାରର ପ୍ରସ୍ତୁତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details