ରିୱା:ପ୍ରତ୍ୟେକଙ୍କ ପସନ୍ଦ ଆମ୍ବ । ହେଲେ ଯଦି ସରକାର ଗୋଟିଏ ଆମ୍ବ ପାଇଁ ଡାକ ଟିକେଟ ଜାରି କରନ୍ତି , ତେବେ ଆପଣ ଅନୁମାନ ଲଗାଇପାରୁଥିବେ, ତାହା କେତେ ସ୍ବାଦିଷ୍ଟ ଓ ସ୍ବତନ୍ତ୍ର । ଆଜ୍ଞା ହଁ ! ଆଜି ଆମେ ଆପଣଙ୍କୁ ଏଭଳି ଏକ ଆମ୍ବ ବିଷୟରେ କହିବୁ , ଯାହା ଆମ୍ବଙ୍କ ରାଜା ବୋଲାଇଥାଏ । ଏହି ଆମ୍ବର ବିଶେଷତ୍ବ କି ଏହାକୁ ମଧୁମେହ ରୋଗୀ କି ଖାଇ ପାରିବେ ?
ଜଣେ ମଧୁମେହ ରୋଗୀଙ୍କ ପାଇଁ ସୁନ୍ଦରଜା ଆମ୍ବ ବହୁତ ଭଲ । ଏହି ଆମ୍ବରେ ଚିନି ମାତ୍ରା ବି କମ ରହିଥାଏ । ଏହି ଆମ୍ବ ମଧୁମେହ ରୋଗୀଙ୍କ ପାଇଁ ଅଧିକ କ୍ଷତିକାର ନୁହେଁ ।
ଏହା ଏଭଳି ଏକ ଆମ୍ବ , ଯାହାକୁ ଡାକ୍ତର ମଧୁମେହ ରୋଗୀଙ୍କୁ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ମଧୁମେହ ରୋଗୀଙ୍କୁ କିଛି ଫଳର ସେବନ କରିବା ଦରକାର । ଯେପରିକି ଜାମୁ , ନାସପତି । ଏହା ବ୍ୟତିତ ମଧୁମେହ ରୋଗୀ କମ ଚିନି ଥିବା ଫଳ ବି ଖାଇପାରିବେ ବୋଲି ମତ ରଖିଛନ୍ତି ମେଡିସିନ ବିଭାଗ ଏମଡି ଡା. ଏସଏଲ ଗୁପ୍ତା ।
ମଧ୍ୟପ୍ରଦେଶରେ ମିଳୁଥିବା 213 ପ୍ରଜାତି ଆମ୍ବର ମଧ୍ୟରେ ସବୁଠୁ ପ୍ରମୁଖ ଓ ଖାସ ସୁନ୍ଦରଜା । ଏଠାକାର ମାଳି କହିଛନ୍ତି କି, ଆମେ ଏହି ବଗିଚାରେ ପ୍ରାକୃତିକ ଉପାୟରେ ଆମ୍ବକୁ ପଚାଇଥାଉ । ଆମେ ଆମ୍ବକୁ ପଚାଇବା ପାଇଁ କୌଣସି ବି ପ୍ରକାର କେମିକାଲ ପ୍ରୟୋଗ କରିନଥାଉ । ଏହି ଆମ୍ବ ଗଛରେ ହିଁ ପାଚିଥାଏ । ଗଛ ଉପରେ ପାଚିବା ପରେ ଆମେ ଏହି ଆମ୍ବକୁ ତୋଳିଥାଉ ।
ଏହା ମୁଖ୍ୟତଃ ମଧ୍ୟପ୍ରଦେଶ ରିୱା ଜିଲ୍ଲାର ଗୋବିନ୍ଦଗଡର ଭେଟି .. ଯାହା ଏବେ ସମଗ୍ର ଦେଶର ନର୍ସରୀ ଗୁଡିକରେ ଦେଖିବାକୁ ମିଳୁଛି । ଏହି ଆମ୍ବର ଯୋଗାଣ ରିୱା ବ୍ୟତିତ ଉତ୍ତରପ୍ରଦେଶ , ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ବିହାରକୁ ହୋଇଥାଏ । ଏହି ଆମ୍ବକୁ ସର୍ବପ୍ରଥମେ ରିୱାର ଗୋବିନ୍ଦଗଡରେ ଉତ୍ପାଦନ କରାଯାଇଥିଲା । ଉଦ୍ଭିଦ ବିଭାଗ ଏହି ଆମ୍ବକୁ ଧୀରେ ଧୀରେ ପୂରା ଦେଶରେ ବିତରଣ କରିଲା । ବର୍ତ୍ତମାନ ସମୟରେ ଏହି ଆମ୍ବର ଚାହିଦା ସମଗ୍ର ଦେଶରେ ରହିଛି ।
ପାକିସ୍ତାନ , ଇଂଲଣ୍ଡ ଓ ଆମେରିକା ସମେତ ଆରବ ଦେଶରେ ସୁନ୍ଦରଜା ତାର ସ୍ବାଦ ଯାଦୁରେ ଆମ୍ବପ୍ରେମୀଙ୍କୁ ଆକର୍ଷିତ କରିଆସୁଛି । ବାସ ଏତିକି ନୁହେଁ 1968ରେ ଭାରତ ସରକାରଙ୍କ ପକ୍ଷରୁ ‘ସୁନ୍ଦରଜା’ ଆମ୍ବ ନାଁରେ 50 ପଇସାରେ ଗୋଟିଏ ଡାକ ଟିକେଟ ଜାରି କରାଯାଇଥିଲା । ଗୋବିନ୍ଦଗଡରେ ଆମ୍ବ ଅନେକ ପ୍ରକାରର ରହିଛି । ଯେପରି ଲଙ୍ଗଡା , ଦଶହରା , ହାଥୀ , ଝୁଲ, ଜର୍ଦାଳୁ ଓ ଚୌଶା ଏଥିରେ ସୁନ୍ଦରଜା ଆମର ପରିଚୟ ରହିଛି । ସୁନ୍ଦରଜା ଆମ୍ବରୁ ହିଁ ଏବେ ଗୋବିନ୍ଦଗଡର ପରିଚୟ ହେଉଛି ।